www.samajalive.in
Friday, December 12, 2025
15.1 C
Bhubaneswar

ଝରଣାସାହିଠାରେ ନିର୍ମାଣ ଶ୍ରମିକଙ୍କ ପାଇଁ ସହାୟତା ଶିବିର, ୮୯ ଜଣ ହିତାଧିକାରୀଙ୍କୁ ୬୧ ଲକ୍ଷ ୨୦ ହଜାର ଟଙ୍କାର ସହାୟତା

ଭୁବନେଶ୍ୱର: ଆଜି ଯୁଗ୍ମ ଶ୍ରମଆୟୁକ୍ତ, କାର୍ଯ୍ୟାଳୟ, ଭୁବନେଶ୍ୱରଦ୍ୱାରା ପରିଚାଳିତନିର୍ମାଣ ଶ୍ରମିକକଲ୍ୟାଣ ଯୋଜନାରେ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ଝରଣାସାହିର ପଞ୍ଜୀକୃତ ନିର୍ମାଣ ଶ୍ରମିକମାନଙ୍କ ପାଇଁ ଏକ ସହାୟତା ଶିବିର ଅନୁଷ୍ଠିତ ହୋଇଯାଇଛି। ଝରଣା ସାହିଠାରେ ଆୟୋଜିତ ଏହି ଶିବିରରେ ବିଜ୍ଞାନ ଓ କାରିଗରୀ, ସାମାଜିକସୁରକ୍ଷା ଓ ଭିନ୍ନକ୍ଷମ ଓ ସଶକ୍ତିକରଣମନ୍ତ୍ରୀଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକକଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଶ୍ରୀମୟୀ ସ୍ୱାତୀସ୍ନିଗ୍ଧା ମିଶ୍ର ଏବଂ ସ୍ଥାନୀୟ କର୍ପୋରେଟର ହିତାଧିକାରୀମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ଅଧିନରେ ସହାୟତା ରାଶି ପ୍ରଦାନ କରିଥିଲେ।

ଏହି ଅବସସରରେ ୨୨ ଜଣଙ୍କୁ ମୃତ୍ୟୁକାଳୀନ ସହାୟତା ବାବଦରେ ୪୪ ଲକ୍ଷଟଙ୍କା, ୨୨ ଜଣଙ୍କୁ ଅନ୍ତ୍ୟେଷ୍ଟିକ୍ରିୟା ସହାୟତା ବାବଦରେ ଏକଲକ୍ଷ ୧୦ ହଜାରଟଙ୍କା, ୩୦ ଜଣଙ୍କୁ ବିବାହକାଳୀନ ସହାୟତା ଭାବରେ ୧୫ ଲକ୍ଷଟଙ୍କା, ୧୦ ଜଣଙ୍କୁଶିକ୍ଷାସହାୟତା ବାବଦରେ ୬୦ ହଜାରଟଙ୍କା, ୫ ଜଣଙ୍କୁ ପ୍ରସବକାଳୀନ ସହାୟତା ବାବଦରେ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେସର୍ବମୋଟ ୮୯ ଜଣ ହିତାଧିକାରୀଙ୍କୁ ୬୧ ଲକ୍ଷ ୨୦ ହଜାରଟଙ୍କା ବିଭିନ୍ନ ସହାୟତା ବାବଦରେ ପ୍ରଦାନ କରାଯାଇଛି ।

- Advertisement -

ଏହି ଅବସରରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅଧିନରେ ୨୭୭ ଜଣ ପଞ୍ଜିକୃତ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯାଇଥିଲା ବୋଲି ଖୋର୍ଦ୍ଧା ଜିଲ୍ଲାଶ୍ରମ ବିଭାଗ ଜଣାଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories