www.samajalive.in
Sunday, December 14, 2025
23.1 C
Bhubaneswar

ବିଶେଷଜ୍ଞଙ୍କ ମତ ; ହିମାଳୟରୁ କାହିଁକି ଉଭାନ୍‌‌ ହୋଇଯାଉଛି ବରଫ?

ନୂଆଦିଲ୍ଲୀ : ଭାରତ ଓ ନେପାଳର ହିମାଳୟ ଅଞ୍ଚଳରେ ବରଫ ବର୍ଷା କିଛି ବର୍ଷ ମଧ୍ୟରେ ହ୍ରାସ ହେଉଥିବା ପରିଲକ୍ଷିତ ହୋଇଛି। ଏହାର ମୁଖ୍ୟ କାରଣ ଜଳବାୟୁ ପରିବର୍ତ୍ତନ। ବର୍ଷା,ବରଫ ବର୍ଷା ଓ ଶୀତଦିନରେ ପ୍ରଭେଦ ଆସୁଥିବା ଦେଖାଯାଉଛି। ଲଗାତାର ବରଫର ମାତ୍ରା କମୁଛି। ଦିନ ଓ ରାତି ତାପମାତ୍ରା ମଧ୍ୟ ବୃଦ୍ଧି ପାଉଛି। ଏହି କାରଣରୁ ବର୍ତ୍ତମାନ ପାହାଡରେ ଆଉ ବରଫ ଦେଖିବାକୁ ମିଳୁନାହିଁ।
ନେପାଳ ଠାରୁ ଆରମ୍ଭ କରି ଭାରତର ହିନ୍ଦୁକୁଶ ହିମାଳୟ ପର୍ଯ୍ୟନ୍ତ ଉଚ୍ଚ ପାହାଡରେ ବରଫର ମାତ୍ରା ଖୁବ୍‌‌ କମ୍‌‌ ଥିବା ଜଣାପଡିଛି। ଏହାର ଏକ ପ୍ରମୁଖ କାରଣ ହେଉଛି ଜଳବାୟୁରେ ପରିବର୍ତ୍ତନ, ବିଶ୍ୱତାପାୟନ। ଏପର୍ଯ୍ୟନ୍ତ କିଛି ହିମାଳୟ ରାଜ୍ୟରେ ଅଳ୍ପ ପରିମାଣରେ ବରଫ ବର୍ଷା ହୋଇଛି। କିଛି ସ୍ଥାନରେ ଆଦୌ ବରଫ ବର୍ଷା ହୋଇ ନାହିଁ।
ବର୍ଷ ୨୦୨୪ରେ ଏଯାଏଁ ସମ୍ପୂର୍ଣ୍ଣ ଶୀତ ଦିନ ଶୁଷ୍କ ଅର୍ଥାତ ବର୍ଷା ହୋଇ ନାହିଁ। ଗତ ବର୍ଷ ନଭେମ୍ବରରେ ପାହାଡ ଅଞ୍ଚଳରେ ବର୍ଷାରେ ୮୦ ପ୍ରତିଶତ କମ୍‌‌ ଥିଲା। ଡିସେମ୍ବରରେ ୭୯ ପ୍ରତିଶତ କମ୍‌‌ ଥିଲା। ଚଳିତ ବର୍ଷ ଜାନୁଆରୀରେ ଏଯାଏଁ ୧୦୦ ପ୍ରତିଶତ କମ୍‌‌ ରହିଛି। ବର୍ଷା ଆଦୌ ନାହିଁ କହିଲେ ଚଳେ।
ଶ୍ରୀନଗର ସ୍ଥିତ ପାଣିପାଗ ବିଜ୍ଞାନ ବିଭାଗର ଅଧିକାରୀଙ୍କ କହିବାନୁଯାୟୀ, ଆସନ୍ତା ୭ରୁ୮ ଦିନ ମଧ୍ୟରେ ବରଫ ବର୍ଷାର ଆଶା ରହିଛି। ଗତ କିଛି ବର୍ଷ ମଧ୍ୟରେ ଶୀତ ଦିନେ ଏହାର ମାତ୍ରା କମିଛି। ପୂର୍ବରୁ ଜମ୍ମୁ-କାଶ୍ମୀରରେ ଅକ୍ଟୋବରରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଶୀତ ଅନୁଭୂତ ହୋଇଥାଏ। ଏବେ ଏହା ହ୍ରାସ ପାଇ ଡିସେମ୍ବରରୁ ଜାନୁଆରୀ ପର୍ଯ୍ୟନ୍ତ ସୀମିତ ରହୁଛି। ଏହାର ମୁଖ୍ୟ କାରଣ ଜଳବାୟୁ ଓ ବୃଦ୍ଧି ପାଉଥିବା ତାପମାତ୍ରା। ବର୍ଷାର ଅସ୍ୱଭାବିକ ପ୍ରକିୟା ଦେଖାଯାଇଛି। ଯେଉଁ କାରଣରୁ ବରଫ ସୃଷ୍ଟି ହୁଏ, ବର୍ତ୍ତମାନ ବର୍ଷାର ପରିମାଣ କମ୍‌‌ ହେବାରୁ ବରଫର ପରିମାଣ ମଧ୍ୟ କମି ଯାଇଛି। ଏହି ସ୍ଥିତି କେବଳ କାଶ୍ମୀର ନୁହେଁ ବରଂ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ମଧ୍ୟ ସମାନ ସ୍ଥିତି। ଉତ୍ତରାଖଣ୍ଡ ଓ ହିମାଚଳର କେତେକ ସ୍ଥାନରେ ଆଦୌ ବରଫ ନାହିଁ। କିଛି ସ୍ଥାନରେ ଅଳ୍ପ ବରଫ ରହିଛି। ନେପାଳରେ ମଧ୍ୟ କମ୍‌‌ ବର୍ଷା ହୋଇଛି। ବିଶେଷ କରି ଶୀତ ଦିନେ। ଗତ ୨ ଦିନରେ କିଛି ସ୍ଥାନରେ ବରଫ ବର୍ଷା ହେଉଛି।
ହିମାଳୟରେ ବର୍ଷାରେ ବିଳମ୍ବ ଓ କମ୍‌‌ ବରଫ ବର୍ଷାରୁ କାରଣରୁ ଅନେକ ପ୍ରଭାବ ଦେଖାଯିବ। ଏହାର ପ୍ରଭାବ ଫସଲ, ବର୍ଷା ନହେବା । ବରଫ ନହେବା ହିମାଳୟରେ ଦ୍ରୁତ ଗତିରେ ପାଗରେ ପରିବର୍ତ୍ତନ ହେଉଥିବା ସହ ତାପମାତ୍ରା ବୃଦ୍ଧି ହେବାର ସୂଚନା ଦିଏ।
ସୂଚନାନୁଯାୟୀ, ହିମାଳୟର ତାପମାତ୍ରା ଓ ବର୍ଷାକୁ ନେଇ ପରିସ୍ଥିତି ବେଶ ସମ୍ବେଦନ ଶୀଳ। ଉତ୍ତର ଭାରତର ପାହାଡିଆ ଅଞ୍ଚଳରେ ବହୁତ କମ୍‌‌ ବରଫ ବର୍ଷା ହୋଇଛି। ଡିସେମ୍ବର ଓ ଜାନୁଆରରେ ବର୍ଷା କମ୍‌‌ ପରିମାଣରେ ହୋଇଛି। ଗତ ବର୍ଷ ମଧ୍ୟ ବିଳମ୍ବରେ ବରଫ ବର୍ଷା ହୋଇଥିଲା। ଡିସେମ୍ବର ୨୦୨୨ର ଶେଷ ବେଳକୁ ଓ ପୁଣି ଜାନୁଆରୀ ୨୦୨୩ର ଶେଷ ବେଳକୁ ହୋଇଥିଲା।
ଆଇସିଆଇଏମଓଡିର ତଥ୍ୟ ଅନୁଯାୟୀ, ପ୍ରାୟ ୨୦୧୦ ମସିହାରୁ ହିମାଳୟର ବରଫ ଚଟାଣ ୬୫ ପ୍ରତିଶତରୁ ଅଧିକ ତରଳୁଛି। ଗତ ୩୦ ବର୍ଷ ମଧ୍ୟରେ ପୂର୍ବ ସମୟାନୁସାରେ ବର୍ତ୍ତମାନ ବରଫ ସୃଷ୍ଟି ହେଉ ନାହିଁ ବୋଲି ଜଣାପଡିଛି। ହିମାଳୟର ଅଞ୍ଚଳରେ ଗତ ୧୦୦ ବର୍ଷ ମଧ୍ୟରେ ତାପମାତ୍ରା ୦.୭୪ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇଛି।

 

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories