www.samajalive.in
Saturday, December 6, 2025
23.1 C
Bhubaneswar

୮୦ରୁ ଆରମ୍ଭ, ଏବେ ୧୬୦୦ କୋଟିର କାରବାର

ଡେସ୍କ: କୌଣସି ବ୍ୟକ୍ତିଙ୍କର କିଛି କରିବାର ଇଚ୍ଛାଶକ୍ତି ଥିଲେ ସେ ଜୀବନରେ ସବୁକିଛି ହାସଲ କରିପାରିବେ। କଠିନ ପରିଶ୍ରମ ସହିତ ଜୀବନର ବଡ ସଫଳତା ହାସଲ କରାଯାଇପାରେ। ଗୁଜୁରାଟର ୭ଜଣ ମହିଳା ଏଭଳି କାର୍ଯ୍ୟ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ୧୯୫୯ରେ ଏହି ମହିଳା ମାନେ ମହିଳା ସଶକ୍ତିକରଣ ଦିଗରେ ପାଦ ଆଗକୁ ବଢାଇଥିଲେ। ୯୦ ଦଶକରେ ଯେତେବେଳେ ଲୋକମାନେ ନିଜ ଘରେ କେବଳ କଳା ଏବଂ ଧଳା ଟେଲିଭଜନ ବ୍ୟବହାର କରୁଥିଲେ। ସେହି ସମୟରେ ସମସ୍ତ ଲୋକପ୍ରିୟ ବିଜ୍ଞାପନ ମଧ୍ୟରେ ଗୋଟିଏ ବିଜ୍ଞାପନ ଥିଲା ଯାହା ସମସ୍ତଙ୍କ ଓଠରେ ରହିଥିଲା। ତାହା ଥିଲା ଲିଜତ ପାମ୍ପଡର। ଲିଜତ ପାମ୍ପଡ ଲୋକଙ୍କ ଘରେ ଘରେ ପହଂଚିଥିଲା।

କିପରି ହୋଇଥିଲା ଲିଜତର ଶୁଭାରମ୍ଭ
ମୁମ୍ବାଇର ବାସିନ୍ଦା ଜସୱନ୍ତୀ ଜାମନାଦାସ ପ୍ରଥମେ ୬ ଜଣ ସାଙ୍ଗଙ୍କ ସହ ୧୯୫୯ ମସିହାରେ ଲିଜତ ପାମ୍ପଡ ବ୍ୟବସାୟ ଆରମ୍ଭ କରିଥିଲେ। ଏହା ସେହି ସମୟରେ ହୋଇଥିଲା ଯେତେବେଳେ ମହିଳାମାନେ ବ୍ୟବସାୟ କିମ୍ବା ଚାକିରି ପାଇଁ ଅଧିକ ସ୍ୱାଧୀନତା ପାଇନଥିଲେ, କିନ୍ତୁ ଜସୱନ୍ତୀ ଜାମନାଦାସ ସାହସ ସଂଗ୍ରହ କରି ଲିଜତ ପାପଡର ମୂଳଦୁଆ ପକାଇଲେ। ଏହି ବ୍ୟବସାୟ ଆରମ୍ଭ କରିବାର ଉଦ୍ଦେଶ୍ୟ ଥିଲା ଅର୍ଥ ରୋଜଗାର କରିବା ନୁହେଁ, ବରଂ ଏହି ସାତଜଣ ମହିଳା ଏହା ମାଧ୍ୟମରେ ସେମାନଙ୍କ ପରିବାରର ଖର୍ଚ୍ଚରେ ସହଯୋଗ କରିବାକୁ ଚାହୁଁଥିଲେ। ସେମାନେ ହେଲେ ଜସୱନ୍ତୀ ଜାମନାଦାସ ପୋପାଟ, ପାର୍ବତୀବେନ୍ ରାମଦାସ ଥୋଡାନି, ଉଜମ୍ବେନ୍ ନାରାଣ୍ଡାସ୍ କୁଣ୍ଡାଲିଆ, ବାନୁବେନ୍ ତନ୍ନା, ଲାଗୁବେନ୍ ଅମ୍ରୁତଲାଲ ଗୋକାନି, ଜୟାବନ୍ ଭିଥାଲାନି ଏମାନେ ନିଷ୍ପତ୍ତି ନେଇଥିଲେ ଯେ ପାମ୍ପଡ ତିଆରି କରିବାର କାର୍ୟ୍ୟ ଆରମ୍ଭ କରିବେ, ସେମାନଙ୍କ ସହିତ ସେଠାରେ ଆଉ ଜଣେ ମହିଳା ଅଛନ୍ତି, ଯେଉଁମାନେ ପାମ୍ପଡ ବିକ୍ରି କରିବାର ଦାୟିତ୍ୱ ତୁଲାଇଥିଲେ ।

- Advertisement -

ପ୍ରାରମ୍ଭରେ ୪ଟି ପ୍ୟାକେଟ୍‍ ପାମ୍ପଡ ତିଆରି କରିଥିଲେ
ଏହି ମହିଳାମାନେ ପ୍ରଥମେ ୪ ଟି ପାମ୍ପଡ ପ୍ୟାକେଟ୍ ତିଆରି କରି ଏକ ବଡ ବ୍ୟବସାୟୀଙ୍କୁ ବିକ୍ରି କରିଥିଲେ । ଏହା ପରେ ବ୍ୟବସାୟୀ ଅଧିକ ପାମ୍ପଡ ଅର୍ଡର ମାଗିଥିଲେ । ଏହା ପରେ, ଏହି ମହିଳାମାନଙ୍କର କଠିନ ପରିଶ୍ରମ ସଫଳ ହୋଇଥିଲା। ଏବଂ ସେମାନଙ୍କର ବିକ୍ରୟ ଦିନରାତି ବୃଦ୍ଧି ପାଇଥିଲା । ଛଗନଲାଲ ଷ୍ଟାଣ୍ଡାର୍ଡ ପାମ୍ପଡ ତିଆରି କରିବାର ସଂକଳ୍ପ ଦେଇଥିଲେ, ଯେଉଁଥିରେ ସେ ପେପର ଗୁଣଭତ୍ତା ସହିତ କୌଣସି ପ୍ରକାରେ ସାଲିସ୍ ନକରିବାକୁ ପରାମର୍ଶ ଦେଇଥିଲେ। ସେ ଏହି ମହିଳାମାନଙ୍କୁ ଆକାଉଣ୍ଟ୍ ହ୍ୟାଣ୍ଡଲିଂ, ମାର୍କେଟିଂ ଇତ୍ୟାଦି ବିଷୟରେ ତାଲିମ ଦେବାରେ ମଧ୍ୟ ସାହାଯ୍ୟ କରିଥିଲେ। ଏହି ସାତଜଣ ମହିଳା ପରିଶ୍ରମ ବଡ଼ ବ୍ୟବସାୟରେ ପରିଣତ ହେବା ସହିତ ସଫଳତା ଆଣି ଦେଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ୧୮ବର୍ଷରୁ ଅଧିକ ବୟସର ଆବଶ୍ୟକ ମହିଳାମାନେ ଏଥିରେ ଯୋଡି ହୋଇଥିଲେ।

ସେହି ସମୟରେ ମହିଳାମାନେ ଲିଜତ ପାମ୍ପଡ ବ୍ୟବସାୟରୁ ଏକ ବର୍ଷରେ ୬୧୯୬ ଟଙ୍କା ରୋଜଗାର କରିଥିଲେ। ଆଜି କମ୍ପାନୀର କାରବାର ୧୬୦୦କୋଟିରୁ ଅଧିକ। ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ଉଦାହରଣ ସୃଷ୍ଟି କରିବାକୁ ଲିଜତ ପାମ୍ପଡ ବ୍ୟବସାୟ ଆରମ୍ଭ କରିଥିବା ଜସୱନ୍ତୀ ଜାମନାଦାସଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ଆଜିର ସମୟରେ ଏହି ବ୍ୟବସାୟରେ ୪୫ହଜାରରୁ ଅଧିକ ମହିଳା ଯୋଡି ହୋଇଛନ୍ତି। ଯେଉଁମାନେ ପୁରା ବ୍ୟବସାୟ ଚଳାଉଛନ୍ତି। ଏହି ମହିଳା ମାନଙ୍କୁ ଲିଜତ ଭଉଣୀ ବୋଲି କୁହାଯାଏ। ଆଜି ଲିଜତ ପାମ୍ପଡର ୧୭ ଟି ରାଜ୍ୟରେ ୮୨ ଟି ଶାଖା ରହିଛି। ଏହି ପାମ୍ପଡ କେବଳ ଭାରତରେ ନୁହେଁ ଅନ୍ୟ ଦେଶରେ ମଧ୍ୟ ବିକ୍ରି ହୁଏ । ବ୍ରିଟେନ, ହଲାଣ୍ଡ, ଫ୍ରାନ୍ସ, ବହାରେନ, ଚୀନ୍, ଥାଇଲ୍ୟାଣ୍ଡ, ମାଲେସିଆ ସମେତ ମୋଟ ୨୫ ଟି ଦେଶକୁ ଲିଜତ ପାମ୍ପଡ ରପ୍ତାନି କରାଯାଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories