ନୂଆଦିଲ୍ଲୀ : ବିଲକିସ୍ ବାନୋ ମାମଲାରେ ଶୁକ୍ରବାର ଦୋଷୀଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଝଟ୍କା ମିଳିଛିା ପୁଲିସଙ୍କ ନିକଟରେ ଆତ୍ମସମର୍ପଣ କରିବାକୁ ୯ ଦୋଷୀ କରିଥିବା ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଛନ୍ତି। ପୂର୍ବ ରାୟ ଅନୁଯାୟୀ, ଜାନୁଆରୀ ୨୧ ସୁଦ୍ଧା ଦୋଷୀମାନେ ପୁଲିସ ନିକଟରେ ଆତ୍ମସମର୍ପଣ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ସୂଚନା ଯୋଗ୍ୟ, ୨୦୦୨ ଗୁଜୁରାଟ ଦଙ୍ଗା ସମୟରେ ବିଲକିସ୍ ବାନୋଙ୍କ ସହ ଗଣଦୁଷ୍କର୍ମ ଏବଂ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା ମାମଲାରେ ଜାନୁଆରୀ ୮ରେ ଗୁଜୁରାଟ ସରକାର ଏହି ମାମଲାରେ ୧୧ ଜଣ ଦୋଷୀଙ୍କୁ କ୍ଷମା ଦେବା ନିଷ୍ପତ୍ତିକୁ ଖଣ୍ଡନ କରି ସୁପ୍ରିମକୋର୍ଟ କହିଥିଲେ ଯେ ଗୁଜୁରାଟ ସରକାରଙ୍କ କ୍ଷମା ଦେବା ନିଷ୍ପତ୍ତି ବିବେକାନୁମୋଦିତ ନୁହେଁ। ଦୁଇ ସପ୍ତାହ ମଧ୍ୟରେ ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିବାକୁ କୋର୍ଟ ଦୋଷୀମାନଙ୍କୁ କହିଥିଲେ।
ବିଲକିସ୍ ବାନୋ ମାମଲା ; ଦୋଷୀଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ
Popular Categories



