www.samajalive.in
Saturday, December 13, 2025
26.1 C
Bhubaneswar

ଅକାମୀ ରାଡାର ବ୍ୟବସ୍ଥା, ଇରାନ ଉପରେ ନୀରବତା.. ଚୀନ୍‌ ଉପରେ ଖପ୍ପା ପାକିସ୍ତାନ

ନୂଆଦିଲ୍ଲୀ: ଚୀନ୍ ଉପରେ ପାକିସ୍ତାନ କ୍ରୋଧିତ ବୋଲି କୁହାଯାଉଛି। ଇରାନ ଆକ୍ରମଣକୁ ନେଇ ଚୀନ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ନ ମିଳିବା ହେଉଛି ଏହାର କାରଣ। ଇରାନ ମଙ୍ଗଳବାର ପାକିସ୍ତାନର ଆତଙ୍କବାଦୀ ସଂଗଠନ ଉପରେ ଡ୍ରୋନ୍ ଆକ୍ରମଣ କରିଥିଲା। ଏହାପରେ ଆମେରିକା ସମେତ ଅନେକ ଦେଶ ଇରାନର ଆକ୍ରମଣକୁ ନିନ୍ଦା କରିଥିବା ବେଳେ ଚୀନ୍ କିନ୍ତୁ ଏହି ପ୍ରସଙ୍ଗରେ ନୀରବତା ବଜାୟ ରଖିଛି।

କେବଳ ଏତିକି ନୁହେଁ ଚୀନ୍ ପାକିସ୍ତାନକୁ ଦେଇଥିବା ଇଣ୍ଟରସେପ୍ଟ ରାଡାର ମଧ୍ୟ ଇରାନର ଡ୍ରୋନକୁ କାବୁ କରିପାରି ନାହିଁ। ଖରାପ ଗୁଣାତ୍ମକ ରାଡାର ବ୍ୟବସ୍ଥାକୁ ନେଇ ମଧ୍ୟ ପାକିସ୍ତାନ କ୍ରୋଧିତ ଥିବା କୁହାଯାଉଛି। ଏହା ପ୍ରଥମ ଘଟଣା ନୁହେଁ ଯେ ଚୀନ୍ ପାକିସ୍ତାନକୁ ଦେଇଥିବା ରାଡାର ବିଫଳ ହୋଇଛି। ଅତୀତରେ ମଧ୍ୟ ଅନେକ ଥର ଚୀନ୍‌ର ରାଡାର ଧୋକା ଦେଇଛି। ୨୦୨୨ ମସିହାରେ ରାଜସ୍ଥାନ ସୀମାରେ ଭୁଲ୍‌ରେ ପାକିସ୍ତାନରେ ବ୍ରାହ୍ମୋସ୍ ମିସାଇଲ୍‌ ନିକ୍ଷେପ ହୋଇଥିଲା। କିନ୍ତୁ ଚୀନ୍‌ର ରାଡାର ଏହାକୁ ଅଟକାଇବାରେ ମଧ୍ୟ ବିଫଳ ହୋଇଥିଲା।

- Advertisement -

ଅପରପକ୍ଷେ, ଗତ ଦୁଇ ଦିନ ମଧ୍ୟରେ ପାକିସ୍ତାନ ଏବଂ ଇରାନ ପରସ୍ପର ବିରୁଦ୍ଧରେ ମିସାଇଲ୍‌ ଆକ୍ରମଣ କରିବା ପରେ ଦୁଇ ଦେଶ ମଧ୍ୟରେ ଥିବା ତିକ୍ତତାକୁ ହ୍ରାସ କରିବାରେ ଚୀନ୍ ଏକ ଗଠନମୂଳକ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତାବ ଦେଇଛି। ଚୀନ୍ ଉଭୟ ଦେଶକୁ “ସଂଯମତା ରକ୍ଷା କରିବା ଏବଂ ଦ୍ୱନ୍ଦ୍ୱରୁ ଦୂରେଇ ରହିବା’’କୁ କହିଛି। ଏହି ଘଟଣା ଚୀନ୍‌କୁ ଦ୍ୱନ୍ଦ୍ୱରେ ପକାଇଦେଇଛି। କାରଣ ପାକିସ୍ତାନ ଚୀନର ଘନିଷ୍ଠ ସହଯୋଗୀ ହୋଇଥିବାବେଳେ ଇରାନ ପଶ୍ଚିମ ଏସିଆ ଅଞ୍ଚଳରେ ଚୀନ୍‌ର ପ୍ରଭାବ ବୃଦ୍ଧି କରିବାରେ ସାହାଯ୍ୟ କରିଛି। ଚୀନ୍ ଇରାନରୁ ବିପୁଳ ପରିମାଣର ତେଲ ମଧ୍ୟ ଆମଦାନୀ କରୁଛି।

ଚୀନ୍‌ର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, “ଆପଣ କହୁଛନ୍ତି କ’ଣ ପାକିସ୍ତାନ ଇରାନ ଉପରେ ଆକ୍ରମଣ କରିଛି? ମୁଁ ଏ ବିଷୟରେ ଅବଗତ ନାହିଁ।’’ ତାଙ୍କୁ ପଚରାଯାଇଥିଲା ଯେ ଇରାନ ଭିତରେ ପାକିସ୍ତାନର ଏୟାର ଷ୍ଟ୍ରାଇକ ବିଷୟରେ ଚୀନ୍ ଜାଣିଛି କି? ମାଓ କହିଛନ୍ତି, ‘‘କିନ୍ତୁ ଆମେ ଏଥିପ୍ରତି ଧ୍ୟାନ ଦେଉଛୁ ଏବଂ ଚୀନ୍ ସର୍ବଦା ବିଶ୍ବାସ କରିଆସୁଛି ଯେ, ଜାତିସଂଘର ସନନ୍ଦ ତଥା ଅନ୍ତର୍ଜାତୀୟ ଆଇନର ଉଦ୍ଦେଶ୍ୟ ତଥା ନୀତି ଆଧାରରେ ଦେଶ ମଧ୍ୟରେ ସମ୍ପର୍କକୁ ନିୟନ୍ତ୍ରଣ କରାଯିବା ଉଚିତ।’’ ମାଓ ନିଙ୍ଗ କହିଛନ୍ତି, ସମସ୍ତ ଦେଶର ସାର୍ବଭୌମତ୍ବ, ସ୍ବାଧୀନତା ଏବଂ ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ ଏବଂ ସୁରକ୍ଷା ଦିଆଯିବା ଆବଶ୍ୟକ। ସେ କହିଛନ୍ତି, “ଇରାନ ଏବଂ ପାକିସ୍ତାନ ଘନିଷ୍ଠ ପଡ଼ୋଶୀ ଏବଂ ପ୍ରଭାବଶାଳୀ ଦେଶ। ଆମେ ଆଶା କରୁଛୁ ଯେ ଉଭୟ ପକ୍ଷ ସଂଯମତା ଓ ଶାନ୍ତି ବଜାୟ କରିବେ ଏବଂ ଉତ୍ତେଜନା ବୃଦ୍ଧି ପାଇବାକୁ ଦେବେନାହିଁ। ଯଦି ଆବଶ୍ୟକ ହୁଏ, ଆମେ ପରିସ୍ଥିତିକୁ ସ୍ୱାଭାବିକ କରିବାରେ ଏକ ଗଠନମୂଳକ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ।’’

ପାକିସ୍ତାନର ଜଣେ ସାମ୍ବାଦିକ ପ୍ରଶ୍ନ କରିଥିଲେ ଯେ, ଚୀନ୍ ସୁନ୍ନି ଉଗ୍ରବାଦୀ ସଂଗଠନ ଜୈଶ-ଅଲ-ଅଦଲଙ୍କ କ୍ୟାମ୍ପ ଉପରେ ଇରାନର ଏୟାର ଷ୍ଟ୍ରାଇକକୁ ଜାତିସଂଘର ସନନ୍ଦ ତଥା ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ ବୋଲି ବିବେଚନା କରୁଛି କି? ଏହାର ଉତ୍ତରରେ ମାଓ କହିଥିଲେ, ‘‘ମୁଁ ଏବେ ଏବେ ଚୀନ୍‌ର ଆଭିମୁଖ୍ୟ ପ୍ରକାଶ କରିଛି।’’ ସେ କହିଛନ୍ତି, ପରାମର୍ଶ ଏବଂ ଆଲୋଚନା ମାଧ୍ୟମରେ ଉଭୟ ପକ୍ଷ ସେମାନଙ୍କ ବିବାଦର ସମାଧାନ କରିବେ ବୋଲି ଆଶା କରୁଛୁ। ଚୀନ୍‌ର ମଧ୍ୟସ୍ଥତା ପ୍ରସ୍ତାବ ଏକ କଷ୍ଟସାଧ୍ୟ ପଥ ହୋଇପାରେ, କାରଣ ସୁନ୍ନି ବହୁଳ ଦେଶ ପାକିସ୍ତାନ ଏବଂ ମୁଖ୍ୟତଃ ଶିଆ ବହୁଳ ଇରାନର ମଧ୍ୟରେ ଭଲ ସମ୍ପର୍କ ନାହିଁ।

ସୂଚନାଯୋଗ୍ୟ, ଇରାନ୍‌ ମଙ୍ଗଳବାର ପାକିସ୍ତାନର ଆତଙ୍କବାଦୀ ସଂଗଠନ ଉପରେ ଡ୍ରୋନ୍ ଓ ମିସାଇଲ ଆକ୍ରମଣ କରିଥିଲା। ଏହାର ଜବାବରେ ଗୁରୁବାର ଇରାନର ଆତଙ୍କୀ ଠିକଣା ଉପରେ ପାକ୍ ବାୟୁସେନା ଆକ୍ରମଣ କରିଥିଲେ। ଇରାନ୍-ପାକ୍ ସୀମାରେ ଏୟାରଷ୍ଟ୍ରାଇକ୍ ସହ ଡ୍ରୋନ୍ ଆକ୍ରମଣ କରାଯାଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories