Patra electronics

ଭାରତୀୟ ପାଣିପାଗ ଦେଲା ସୂଚନା ; ଏହିଦିନ ମିଳିବ ହାଡଭଙ୍ଗା ଜାଡରୁ ଆଶ୍ୱସ୍ତି

ନୂଆଦିଲ୍ଲୀ : କିଛିଦିନ ପରେ କମିବ ଥଣ୍ଡାର ପ୍ରକୋପ। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଉତ୍ତର-ପଶ୍ଚିମ ଭାରତରେ ଆସନ୍ତା ୨ ଦିନ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ। ମାତ୍ର ୨ ଦିନ ପରେ ତାପମାତ୍ରାରେ ୨ ଡିଗ୍ରୀ ବୃଦ୍ଧି ହେବା ନେଇ ସମ୍ଭାବନା ରହିଛି। ଆସନ୍ତା ୨ଦିନ ମଧ୍ୟରେ ପୂର୍ବ ଭାରତରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ମାତ୍ର ଏହି ୨ ଦିନରେ ସାମାନ୍ୟ ହ୍ରାସ ହୋଇପାରେ। ଦେଶରେ ଅନ୍ୟ ସ୍ଥାନ ମାନଙ୍କରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ କୌଣସି ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।
ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ୧୯ ଜାନୁଆରୀରେ ପଞ୍ଜାବ ଓ ହରିୟାଣାର କିଛି ସ୍ଥାନରେ ଶୀତ ଲହରୀ କାରଣରୁ ଶୀତ ପରିମାଣ ଅଧିକ ରହିବ। ସିକ୍କିମ, ଆସାମ, ଅରୁଣାଞ୍ଚଳ ପ୍ରଦେଶ, ଦକ୍ଷିଣ ତାମିଲନାଡୁ, ଲାକ୍ଷାଦ୍ୱୀପ ଓ ଆଣ୍ଡାମାନ ଓ ନିକୋବର ଆଦି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ମଧ୍ୟ ରହିଛି। ବିହାର, ପଶ୍ଚିମ ଉତ୍ତର ପ୍ରଦେଶର କିଛି ସ୍ଥାନରେ ଓ ହରିୟାଣାରେ ପ୍ରବଳ ଶୀତ ହେବାର ସମ୍ଭାବନା ରହିଛି। ଉତ୍ତରାଖଣ୍ଡ, ପଶ୍ଚିମ ରାଜସ୍ଥାନ ଓ ଉତ୍ତର ମଧ୍ୟ ପ୍ରଦେଶରେ ମଧ୍ୟ ଶୀତ ଲହରୀ ସ୍ଥିତି ଜାରି ରହିବ।
ପଞ୍ଜାବର କେତେକ ସ୍ଥାନରେ ଭୀଷଣ ଶୀତ ଲହରୀ ଜାରି ରହିଛି। ସେହିପରି ହରିୟାଣା, ପଞ୍ଜାବ, ପଶ୍ଚିମ ରାଜସ୍ଥାନ ଓ ବିହାରର କିଛି ସ୍ଥାନରେ ଘନ କୁହୁଡିର ସମ୍ଭାବନା ରହିଛି। ଦିଲ୍ଲୀ, ପଶ୍ଚିମ ଉତ୍ତର ପ୍ରଦେଶ, ଝାଡଖଣ୍ଡ, ଓଡିଶା ଓ ଆସାମର କିଛି ସ୍ଥାନରେ ମଧ୍ୟ ଘନ କୁହୁଡିର ସମ୍ଭାବନା ରହିଛି।
କାଶ୍ମୀରରେ ମଧ୍ୟ ଅନେକ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି। ଗୋଟିଏ ଦିନ ପରେ ପୁଣି ଶୀତ ଲହରୀ ପ୍ରଭାବ ଜାରି ରହିଛି।

 

Comments are closed.