www.samajalive.in
Monday, December 8, 2025
13.1 C
Bhubaneswar

ଡ.କୃଷ୍ଣମୂର୍ତ୍ତି ହେଲେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା

ନୂଆଦିଲ୍ଲୀ : ଡ. କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମଙ୍କୁ ଶୁକ୍ରବାର ଭାରତ ସରକାରଙ୍କ ନୂଆ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (ସିଇଏ) ପଦରେ ନିଯୁକ୍ତି ମିଳିଛି। ସେ ଏହି ପଦରେ ୩ ବର୍ଷ ପାଇଁ କାର୍ଯ୍ୟ କରିବେ। ବର୍ତ୍ତମାନ ଡ. କୃଷ୍ଣମୂର୍ତ୍ତି ହାଇଦରାବାଦସ୍ଥିତ ଇଣ୍ଡିଆନ ସ୍କୁଲ ଅଫ୍‍ ବିଜନେସର ପ୍ରଧ୍ୟାପକ ଭାବେ କାର୍ଯ୍ୟ କରୁଛନ୍ତି।
ପ୍ରକାଶ ଯେ ଡ. କୂଷ୍ଣମୂର୍ତ୍ତି ୟୁନଭିରସିଟି ଅଫ ଚିକାଗୋ ବୁଥ୍‍ ସ୍କୁଲ ଅଫ୍‍ ବିଜନେସରୁ ପିଏଚ୍‍ଡି କରିଛନ୍ତି। ଇଣ୍ଡିଆନ୍‍ ସ୍କୁଲ ଅଫ ବିଜନେସ୍‍ ୱେବସାଇଟର ଦିଆଯାଇଥିବା ସୂଚନା ଅନୁସାରେ କୃଷ୍ଣମୂର୍ତ୍ତି ହେଉଛନ୍ତି ବ୍ୟାକିଂ, କର୍ପୋରେଟ୍‍ ଏବଂ ଆର୍ଥିକ ନୀତିର ବିଶେଷଜ୍ଞ।
ସରକାରୀ ଅଧିସୂଚନାରେ କୁହାଯାଇଛି ଯେ ମୁଖ୍ୟ ଆର୍ଥିକ ପରାମର୍ଶଦାତା ଭାବେ ଡ. କୂଷ୍ଣମୂର୍ତ୍ତିଙ୍କୁ ନିଯୁକ୍ତିକୁ ମନ୍ତ୍ରିମଣ୍ଡଳ କମିଟି ମଞ୍ଜୁରି ପ୍ରଦାନ କରିଛି।
ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ଜୁନ୍‍ ମାସରେ ଭାରତ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (ସିଇଏ) ପଦରୁ ଅରବିନ୍ଦ ସୁବ୍ରମଣ୍ୟମ ଇସ୍ତଫା ଦେଇଥିଲେ। ୪ ବର୍ଷ ଧରି ସେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭାବେ କାର୍ଯ୍ୟ କରିବା ପରେ ସେ ଆମେରିକା ଫେରିଯାଇଥିଲେ। ସେବେଠାରୁ ଏହି ପଦ ଖାଲି ପଡ଼ିଥିଲା।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories