www.samajalive.in
Monday, December 8, 2025
20.1 C
Bhubaneswar

ବିଶୃଙ୍ଖଳା ପାଇଁ ଶ୍ରୀକାନ୍ତଙ୍କୁ ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ହଟାଯାଇଛି : ହେମାନନ୍ଦ

ଭୁବନେଶ୍ୱର : ବିଶୃଙ୍ଖଳା ପାଇଁ ଶ୍ରୀକାନ୍ତ ଜେନାଙ୍କୁ ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ହଟାଯାଇଛି । ତାଙ୍କୁ ଶୃଙ୍ଖଳିତ କରିବାକୁ ଏହି ପଦକ୍ଷେପ ନିଆଯାଇଛି ବୋଲି ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳ କହିଛନ୍ତି । ଏ ସମ୍ପର୍କରେ ଦଳର ରାଷ୍ଟ୍ରୀୟ ସଭାପତି ରାହୁଲ ଗାନ୍ଧିଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଛି । ହାଇକମାଣ୍ଡ ଯାହା ନିଷ୍ପତି ନେବେ ବୋଲି ସେ କହିଛନ୍ତି ।

ଇସ୍ତାହାର କମିଟିରୁ ଶ୍ରୀକାନ୍ତ ଜେନାଙ୍କୁ ବିଦା କରାଯିବା ଉପରେ ପ୍ରତିକ୍ରିୟା ଦେଇ ପିସିସି ସଭାପତି କହିଛନ୍ତି ଯେ, ସେ ଜଣେ ଜ୍ଞାନୀ, ଗୁଣି ଓ ବରିଷ୍ଠ ନେତା ହେଲେ ମଧ୍ୟ ଯୁଗ ଉପଯୋଗୀ ପାଇଁ ତାଙ୍କ ଭଳି ଜ୍ଞାନୀ ଗଣେଶ୍ୱର ବେହେରାଙ୍କୁ ଏହି ଦାୟିତ୍ୱରେ ରଖାଯାଇଛି । ଶ୍ରୀ ବେହେରା ରାଜ୍ୟ ସାରା ବୁଲି କାମ କରିପାରିବେ ।

- Advertisement -

ଅନ୍ୟପକ୍ଷରେ କଂଗ୍ରେସର ବିଧାୟକ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ଶ୍ରୀ ଜେନା କଂଗ୍ରେସ ଦଳ ଖଣି ମାଫିଆଙ୍କ ଦଳ ବୋଲି ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଠିକ୍ ନୁହେଁ । ଯିଏ ଏପରି କହୁଛି ସେ ଦଳ ଛାଡି ଚାଲି ଯିବା ଦରକାର । ବିଭିନ୍ନ ସମୟରେ ସେ ଦଳ ବିରୋଧୀ ମନ୍ତବ୍ୟ ଦେଇ କଂଗ୍ରେସର ବହୁ କ୍ଷତି କଲେଣି । ରାଷ୍ଟ୍ରୀୟ ସଭାପତି ଓ ରାଜ୍ୟ ସଭାପତି ଏହା ଉପରେ ବିଚାର କରିବା ଦରକାର । ଏହାକୁ ଗୁରୁତର ସହ ବିଚାର କରେିବା ଦରକାର । ଶ୍ରୀ ଜେନା ମନ୍ତ୍ରୀ ଥିବା ବେଳେ କ’ଣ କରିଥିଲେ । ସେ ଆତ୍ମ ସମୀକ୍ଷା କରନ୍ତୁ ।ତେବେ ଦଳରେ ବିଶୃଙ୍ଖଳାକୁ ଆଦୌ ବରଦାସ୍ତ କରାଯିବ ନାହିଁ । ଶୃଙ୍ଖଳା କମିଟି ତାର ବିଚାର କରିବ ବୋଲି ସେ କହିଛନ୍ତି ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories