www.samajalive.in
Friday, December 12, 2025
26.1 C
Bhubaneswar

ଭାବର ଠାକୁର ଶ୍ରୀଜଗନ୍ନାଥଙ୍କୁ ଭାବମୟତାରେ ହିଁ କେବଳ ଆପଣାର କରିହେବ

ଭୁବନେଶ୍ୱର  : ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନର ୪୪ ତମ ପ୍ରତିଷ୍ଠା ଦିବସ  ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରତିଷ୍ଠାନର ସଭାପତି ଡ଼କ୍ଟର ସୁରେନ୍ଦ୍ରନାଥ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଡ଼ାକ୍ତର ଅଶୋକ କୁମାର ମହାପାତ୍ର, ନିର୍ଦେଶକ ସମ୍ ହସ୍ପିଟାଲ, ମୁଖ୍ୟ ଅତିଥି ଭାବରେ, ଡକ୍ଟର ପୀତବାସ ରାଉତରାୟ, ଅନନ୍ୟ ଜଗନ୍ନାଥ ସଂସ୍ଥା, ସମ୍ମାନିତ ଅତିଥି ଡକ୍ଟର ଶେକ୍ ମକ୍ବୁଲ ଇସ୍ଲାମ୍-ସେଣ୍ଟପର୍ଲ କଲେଜ, କଲିକତା, ସମ୍ମାନିତ ଅତିଥି ଭାବରେ ଏବଂ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ସ୍ୱତନ୍ତ୍ର ଅତିଥି ଭାବରେ ଇଂରାଜି କଣାସ କଲେଜର ବିଭାଗୀୟ ମୁଖ୍ୟ ଡକ୍ଟର ପ୍ରସନ୍ନ ମହାପାତ୍ର ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ଶ୍ରୀ ଜଗନ୍ନାଥଙ୍କ ମହିମା, ବ୍ୟକ୍ତି ଜୀବନରେ ପ୍ରମୁଖ ଓ ସାଧାରଣ ଜୀବନରେ ତାଙ୍କର ଉପସ୍ଥିତି ସଂପର୍କୀୟ ବିଭିନ୍ନ ଅନୁଭୂତି ସ୍ନିଗ୍ଧ କଥାମୃତ ଏହି ସଭାରେ ପ୍ରଚାରିତ ହୋଇଥିଲା । ଭାବର ଠାକୁର ଶ୍ରୀଜଗନ୍ନାଥଙ୍କୁ ଭାବମୟତାରେ ହିଁ କେବଳ ଆପଣାର କରିହେବ ବୋଲି ବକ୍ତାମାନେ ନିଜର ବକ୍ତବ୍ୟରେ ଉପସ୍ଥାପନ କରିଥିଲେ । ଡକ୍ଟର ପୀତାବର ରାଉତରାୟ ଶ୍ରୀମନ୍ଦିରରେ ଶଙ୍ଖ ବାଦନର ଆବଶ୍ୟକତା ଓ ଏହାର ପୁନଃପ୍ରଚଳନ ପାଇଁ ଅନୁରୋଧ କରିଥିଲେ । ଏହି ସଭାରେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ଡକ୍ଟର ଗୋକୁଳାନନ୍ଦ ଦାସ, ଫକୀର ମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ଡକ୍ଟର ଶିବ ପ୍ରସାଦ ଅଧିକାରୀ ଏବଂ ଅନୁଭବର ପୃଷ୍ଠପୋଷକ ଅଲେଖ କୁମାର ଦାସଙ୍କୁ ଶ୍ରୀଜଗନ୍ନାଥ ପ୍ରଜ୍ଞା ସମ୍ମାନରେ ସମ୍ମାନିତ କରାଯାଇଥିଲା । ସର୍ବଶେଷରେ ପ୍ରତିଷ୍ଠାନର ସାଧାରଣ ସଂପାଦିକା ଡକ୍ଟର ପ୍ରମୋଦ କୁମାର ପରିଡ଼ା ଉପସ୍ଥିତ ସମଗ୍ର ସଜ୍ଜନମଣ୍ଡଳୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories