www.samajalive.in
Friday, December 12, 2025
14.1 C
Bhubaneswar

ସାହପୁରକଣ୍ଡି ପ୍ରକଳ୍ପକୁ ଭାରତର ସବୁଜ ସଙ୍କେତ: ପାକ୍‍ ପୂର୍ବାଞ୍ଚଳ ହେବ ପ୍ରଭାବିତ

ନୂଆଦିଲ୍ଲୀ: ପଞ୍ଜାବର ପଠାନକୋଟ୍‍ ଜିଲାର ମାଧୋପୁର ଅଞ୍ଚଳରେ ଖୁବ୍‍ ଶୀଘ୍ର ନିର୍ମାଣ ହେବାକୁ ଯାଉଛି ସାହପୁରକଣ୍ଡି ବ୍ୟାରେଜ। ରବି ନଦୀ ଉପରେ ନିର୍ମାଣ ହେବାକୁ ଥିବା ଉକ୍ତ ପ୍ରକଳ୍ପକୁ ଗୁରୁବାର କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ମାଧୋପୁର ଦେଇ ଏହି ନଦୀ ପାକିସ୍ତାନର ପୂର୍ବାଞ୍ଚଳକୁ ପ୍ରବାହିତ ହେଉଛି। ୨୦୨୨ସୁଦ୍ଧା ଉକ୍ତ ପ୍ରକଳ୍ପ ସମ୍ପୂର୍ଣ ହେଲେ ପଞ୍ଜାବ ଓ ଜମ୍ମୁ କାଶ୍ମୀରରେ ଜଳସେଚନ ପ୍ରକ୍ରିୟା ସୁଦୃଢ ହେବ। ଏହି ପ୍ରକଳ୍ପ ୧୭ବର୍ଷ ପୂର୍ବେ ଆରମ୍ଭ ହେବାକୁ ଥିଲା। ୨୨୮୫କୋଟି ବିନିମୟରେ ଉକ୍ତ ପ୍ରକଳ୍ପ ନିର୍ମାଣ ହେବାକୁ ଥିଲା। ତେବେ ରାଜ୍ୟ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଅର୍ଥର ଅଭାବ ଯୋଗୁଁ ଉକ୍ତ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ପାରୁ ନଥିଲା। ଗୁରୁବାର କେନ୍ଦ୍ର ସରକାର ପ୍ରକଳ୍ପ ପାଇଁ ୪୮୫କୋଟି ଟଙ୍କାର ଆର୍ଥିକ ସାହାଯ୍ୟ ଦେବାକୁ ନିଷ୍ପତ୍ତି ପରେ ପ୍ରକଳ୍ପକୁ ୨୦୨୨ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପରେ ଦୁଇଟି ପୃଥକ ହାଇଡ୍ରୋ ଇଲେକ୍ଟ୍ରିକ୍‍ ପ୍ରୋଜେକ୍ଟ ମଧ୍ୟ ସାମିଲ ରହିଛି। ଉକ୍ତ ପ୍ରକଳ୍ପ ଦ୍ୱାରା ୩୩ମେଗାୱାଟ ଓ ୮ମେଗାୱାଟ୍‍ ବିଦ୍ୟୁତ୍‍ ଉତ୍ପାଦନ କରାଯାଇ ପାରିବ।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories