www.samajalive.in
Monday, December 8, 2025
24.1 C
Bhubaneswar

ଚଢ଼ାଉ ସତ୍ତ୍ବେ ବଢ଼ିବାରେ ଲାଗିଛି ବେଆଇନ ବାଲି ଖାଦାନ

ଦୋବଲ: ଖଣି ବିଭାଗର ଚଢ଼ାଉ ସତ୍ତ୍ବେ ଭଦ୍ରକ ଜିଲ୍ଲା ଧାମନଗର ତହସିଲର ଦୋବଲ ଅଞ୍ଚଳରେ ବେଆଇନ ବାଲି ଖାଦାନ ବଢ଼ିବାରେ ଲାଗିଛି। ଗତ ତିନିଦିନ ଭିତରେ ଖଡ଼ିପଦା ପଞ୍ଚାୟତର ବୈକୁଣ୍ଠି, ଆନନ୍ଦପୁର ପଞ୍ଚାୟତର ମାନଲାପୁର କଚେରୀ ବାଡ଼ି ପାଖରେ ଆଉ ୨ଟି ଗଡ଼ା କରାଯାଇ ବୈତରଣୀ ନଦୀରୁ ବାଲି ଉଠାଯାଉଛି। ସୋହଡ଼ା ପଞ୍ଚାୟତର କଣ୍ଟାପାରୀ ନିକଟ ଷେଣ୍ଢପୁର ପୋଲ ପାଖରେ ଥିବା ସୋଧ ରାଜସ୍ବ ନିରୀକ୍ଷକଙ୍କ ଅଫିସଠାରୁ ମାତ୍ର ୩୦୦ ମିଟର ଦକ୍ଷିଣ ପଶ୍ଚିମକୁ ନୂଆ ଗଡ଼ାଟିଏ କରାଯାଇଛି। ବେଦପୁର ଅଞ୍ଚଳର ଜଣେ ଯୁବକ ବ୍ୟକ୍ତିଗତ ଜାଗାରେ ନଦୀପଠାକୁ ହାଣି ଏହି ବାଲିଘାଟ କରିଛନ୍ତି। ନଦୀପଠାରେ ପଥର ସ୍ପର ହୋଇଥିଲେ ବି ଡୋଜର ଲଗାଇ ପ୍ରାୟ ୮ରୁ ୯ ଫୁଟ୍ ଗଭୀରରେ ୧୫ ଫୁଟ ଚଉଡ଼ାର ଗୋଟିଏ ଗଡ଼ା କରିଛନ୍ତି। ରାତି ହୋଇଗଲେ ସେହିବାଟେ ବୈତରଣୀ ନଦୀ ଭିତରେ ପଶି ବାଲି ଚୋରି କରୁଛନ୍ତି। ପ୍ରଥମ ଦିନରେ ୨୦ରୁ ୩୫ ଟ୍ରିପ୍ ବାଲି ଉଠାଇଥିବା ଜଣାପଡ଼ିଛି।

ସେହିପରି ଆନନ୍ଦପୁର ପଞ୍ଚାୟତର ମାନଲାପୁର କଚେରୀ ବାଡ଼ି ପାଖରେ ଉତ୍ତେଇପୁର ଅଞ୍ଚଳର ଜଣେ ପ୍ରଭାବଶାଳୀ ବ୍ୟକ୍ତି ନଦୀପଠାକୁ ହାଣି ନୂଆ ଗଡ଼ା କରି ବାଲି ଉଠାଉଛନ୍ତି। ପୂର୍ବରୁ ଏହି ଘାଟଟି ନିଲାମ ହୋଇଥିଲା। ଉତ୍ତେଇପୁର-୧ ନାଁରେ ୨୦୧୬ ରୁ ୨୦୨୧ ଯାଏ ନିଲାମ ଥିଲା। ଯେଉଁ ବ୍ୟକ୍ତି ନିଲାମ ନେଇଥିଲେ, ତାଙ୍କ ବଡ଼ ଭାଇ ଏଠାରୁ ବାଲି ଉଠାଇ ବିକ୍ରି କରୁଥିଲେ। ତେବେ ୨୦୨୧ ଭିତରେ ଏଠାରେ ଥିବା ହଜାର ହଜାର ଘନ ମିଟର ବାଲିକୁ ସେ ଶେଷ କରି ଦେଇଥିଲେ। ଏଣୁ ବାଲି ନ ରହିବାରୁ ଆଉ ଘାଟ ନିଲାମ ହୋଇନଥିଲା। ଗତବର୍ଷ ବନ୍ୟା ପରେ କିଛି ବାଲି ପଡ଼ିଥିବାରୁ ସଂପୃକ୍ତ ବ୍ୟକ୍ତି ରାତି ଅଧିଆ ଗଡ଼ା କରି ବାଲି ଉଠାଇବାକୁ ଯୋଜନା କରୁଛନ୍ତି।

- Advertisement -

ଏହା ପୂର୍ବରୁ ସଂପୃକ୍ତ ବ୍ୟକ୍ତି ଉତ୍ତେଇପୁର ମଲ୍ଲିମାହାରାଠାରେ ନଦୀପଠାକୁ ହାଣି ଗଡ଼ା କରିଛନ୍ତି। ସେଠାରୁ ଗତ ଡିସେମ୍ବରରୁ ବାଲି ଉଠାଇବାରେ ଲାଗିଛନ୍ତି। ନଦୀ ଗର୍ଭରେ ଆବଶ୍ୟକ ପରିମାଣର ବାଲି ନଥିବା ସତ୍ତ୍ବେ ସେ ମନଇଛା ଡୋଜର ଲଗାଇ ବାଲି ଉଟାଇ ଚାଲିଛନ୍ତି। ଖାଲି ଏତିକି ନୁହେଁ ଆନନ୍ଦପୁର-ସିଦ୍ଧେଶ୍ବର ପୋଲ ତଳୁ ସେହି ଗାଁର କିଛି ଟ୍ରାକ୍ଟର ମାଲିକ ଦୁଇ ଦୁଇଟି ଗଡ଼ା କିର ପ୍ରତ୍ୟେକ ଦିନ ଶହ ଶହ ଟ୍ରିପ୍ ବାଲି ଉଠାଇ ବିକ୍ରି କରୁଛନ୍ତି। ଏମାନେ ମଧ୍ୟ ନଦୀପଠାକୁ ହାଣି, ପଥର ସ୍ପରକୁ ତାଡ଼ି ଗଡ଼ା କରିଛନ୍ତି।

ଏ ନେଇ ସ୍ଥାନୀୟ ଲୋକ ଧାମନଗର ଜଳ ସଂପଦ କାର୍ଯ୍ୟାଳୟର ଅଧିକାରୀ, ଭଦ୍ରକ ଜିଲ୍ଲାପାଳ, ଖଣି ବିଭାଗ ଅଧିକାରୀ, ଧାମନଗର ତହସିଲଦାରଙ୍କୁ ଜଣାଇଥିଲେ ବି କୌଣସି ପଦକ୍ଷେପ ନିଆଯାଇନାହିଁ। ଆନନ୍ଦପୁରର ଭାଗବତ ସାହୁ କହିଛନ୍ତି ଯେ, ବେଆଇନ ବାଲିଘାଟ ନେଇ ଉଚ୍ଚ ଅଧିକାରୀଙ୍କୁ ଜଣାଇଥିଲେ ବି କୌଣସି ପଦକ୍ଷେପ ନେଉନାହାନ୍ତି। ସେହିଭଳି ସ୍ଥାନୀୟ ବାସିନ୍ଦା ମନୋଜ ଦାସଙ୍କ ଅଭିଯୋଗ ଯେ, ତହସିଲଦାର, ଜଳ ସଂପଦ ବିଭାଗ ଅଧିକାରୀ ଓ ଭଦ୍ରକ ଖଣି ଅଧିକାରୀ ଏହି ବାଲି ମାଫିଆଙ୍କ ସହ ସଂପର୍କ ରଖିଛନ୍ତି। ଏଣୁ ବାରମ୍ବାର ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ତେବେ ଧାମନଗର ଜଳ ସଂପଦ କାର୍ୟ୍ୟାଳୟର ଏସଡିଓ କହିଛନ୍ତି ଯେ, ଏନେଇ କୌଣସି ଅଭିଯୋଗ ଆସିନଥିଲା। ଏବେ ଜଣାପଡ଼ିଲା। ଆଗକୁ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories