www.samajalive.in
Monday, December 8, 2025
27.1 C
Bhubaneswar

ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ନେଇ ୭୪ ପ୍ରତିଶତ ମୁସଲ୍‌‌ମାନ ଖୁସି – ମୁସ୍‌‌ଲିମ୍‌‌ ରାଷ୍ଟ୍ରୀୟ ମଞ୍ଚ

ଡେସ୍କ: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ନେଇ ୭୪ ପ୍ରତିଶତ ମୁସଲ୍‌‌ମାନ ଖୁସି ଅନୁଭବ କରୁଥିବା ମୁସ୍‌‌ଲିମ୍‌‌ ରାଷ୍ଟ୍ରୀୟ ମଞ୍ଚ କହିଛି। ଏହାଛଡ଼ା ନରେନ୍ଦ୍ର ମୋଦି ଭାରତର ଜଣେ ସଫଳ ପ୍ରଧାନମନ୍ତ୍ରୀ ବୋଲି ଏହି ଜାତୀୟତାବାଦୀ ମୁସ୍‌‌ଲିମ୍‌‌ ସଙ୍ଗଠନ ଦାବି କରିଛି। ମୁସ୍‌‌ଲିମ୍‌‌ ରାଷ୍ଟ୍ରୀୟ ମଞ୍ଚଦ୍ୱାରା ଜାରି କରାଯାଇଥିବା ପ୍ରେସ୍‌‌ ବିଜ୍ଞପ୍ତିରେ ଏହି ବିଷୟ କୁହାଯାଇଛି। ସେହି ସଙ୍ଗଠନ ଦ୍ୱାରା ଦେଶବ୍ୟାପୀ କରାଯାଇଥିବା ସର୍ଭେରୁ ଏହା ଜଣାପଡ଼ିଛି।

ଇସ୍ରାଏଲର କଡା ଜବାବ, ବନ୍ଦ ହେବନି ଯୁଦ୍ଧ

- Advertisement -

ସଙ୍ଗଠନ କହିଛି, ପ୍ରଭୁ ଶ୍ରୀରାମ ଦେଶର କୋଣଅନୁକୋଣରେ ଅଛନ୍ତି ଏବଂ ନରେନ୍ଦ୍ର ମୋଦିଙ୍କୁ ଦେଶର ସଫଳ ପ୍ରଧାନମନ୍ତ୍ରୀ ଭାବରେ କେବଳ ଭାରତ ନୁହେଁ, ସାରା ବିଶ୍ୱ ଅନୁସରଣ କରୁଛି। ଏହି ସର୍ଭେରେ କୁହାଯାଇଛି, ଅଗଣିତ ମୁସଲିମ୍‌‌ ବ୍ୟକ୍ତିବିଶେଷ ତଥାକଥିତ ମୌଲାନା, ଉଲ୍ଲେମା ଏବଂ ବିରୋଧୀ ଦଳ ନେତା ଯେଉଁମାନେ ଇସ୍‌‌ଲାମ୍‌‌କୁ ବ୍ୟବହାର କରି ରାଜନୈତିକ ଫାଇଦା ଉଠାଇବାପାଇଁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ ବର୍ଜନ କରିବା ଲାଗି ମତ ପ୍ରକାଶ ପାଇଛି। ଦେଶର ୭୦ ପ୍ରତିଶତ ମୁସ୍‌‌ଲିମ୍‌‌ ସମ୍ପ୍ରଦାୟର ଲୋକ ମୋଦି ସରକାରଙ୍କ ଉପରେ ଆସ୍ଥା ପ୍ରକଟ କରିଥିବା ବେଳେ ୭୨ ପ୍ରତିଶତ ମୁସ୍‌‌ଲିମ୍‌‌ ଭାରତ ବିଶ୍ୱଶକ୍ତିରେ ପରିଣତ ହେବାକୁ ଯାଉଥିବା ବିଷୟକୁ ସମର୍ଥନ କରିଛନ୍ତି। ଏହି ସର୍ଭେରୁ ଜଣାପଡ଼ିଛି, ପ୍ରଧାନମନ୍ତ୍ରୀ ମୋଦିଙ୍କ ଯୋଗୁ ବି.ଜେ.ପି. ଉପରେ ଲୋକମାନଙ୍କ ଭରସା ବୃଦ୍ଧି ପାଇଛି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories