ଇସ୍ରାଏଲର କଡା ଜବାବ, ବନ୍ଦ ହେବନି ଯୁଦ୍ଧ

ଡେସ୍କ: ଆନ୍ତର୍ଜାତିକ ନ୍ୟାୟାଳୟ ଚାହିଁଲେ ମଧ୍ୟ ହମାସ ବିରୋଧରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରିପାରିବେ ନାହିଁ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ କହିଛନ୍ତି। ଦକ୍ଷିଣ ଆଫ୍ରିକାର ଅନୁରୋଧ ଉପରେ ହେଗ ସ୍ଥିତ ଆନ୍ତର୍ଜାତିକ ନ୍ୟାୟାଳୟ ଶୁଣାଣି କରି ଇସ୍ରାଏଲ ସାମୁହିକ ନରସଂହାର କରୁଥିବା କହିଛନ୍ତି। ତେବେ ଇସ୍ରାଏଲ ଏହି ଅଭିଯୋଗକୁ ମିଥ୍ୟା ଏବଂ ନିନ୍ଦନୀୟ ବୋଲି କହିଛି। ଦକ୍ଷିଣ ଆଫ୍ରିକା ଇସ୍ରାଏଲକୁ ସ୍ଥଳଭାଗ ଓ ଆକାଶପଥରେ ଆକ୍ରମଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବାକୁ ଆନ୍ତର୍ଜାତିକ ନ୍ୟାୟାଳୟକୁ ଅନୁରୋଧ କରିଥିଲା।

୨୯ରୁ ପୁଣି ଶିକ୍ଷକ ଆନ୍ଦୋଳନ

ଇସ୍ରାଏଲ କହିଛି ଯେ ହମାସ ବିରୋଧରେ ଯୁଦ୍ଧ ବନ୍ଦ କରିବା ଅର୍ଥ ହମାସର ବିଜୟ ହେବ। ଇତି ମଧ୍ୟରେ ଗାଜା ଅଂଚଳରେ ଇସ୍ରାଏଲ ବୋମା ବର୍ଷଣ ଜାରି ରଖିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ କହିଛନ୍ତି, ଏବେ ପାଲେଷ୍ଟାଇନ ଲୋକମାନଙ୍କୁ ଉତ୍ତର ଗାଜାକୁ ଫେରିବା ଲାଗି ଅନୁମତି ଦେବାର କୌଣସି ଯୋଜନା ନାହିଁ।

Comments are closed.