ବାଙ୍କି: କଟକ ଜିଲ୍ଲା ବାଙ୍କି ଏନଏସି ୧୦ ନମ୍ବର ୱାର୍ଡରେ ଅଭାବନୀୟ ଘଟଣା ଘଟିଛି। ଏକ କବାଡିଆ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇଯାଇଛି। ରବିବାର ସକାଳୁ ହଠାତ୍ ଗୋଦାମ ଘରୁ ଧୂଆଁ ବାହାରିଥିବା ଦେଖିବାକୁ ମିଳିଥିଲା। ଧୂଆଁ ବାହାରୁଥିବା ଦେଖି ଗୋଦାମର ମାଲିକ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ବାଙ୍କୀ ଅଗ୍ନିଶମ ବିଭାଗର ଦୁଇଟି ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ସେପଟେ କେହି ଜାଣିଶୁଣି ନିଆଁ ଲଗାଇଥିବା ନେଇ ଗୋଦାମର ମାଲିକ ସନ୍ଦେହ ପ୍ରକାଶ କରୁଛନ୍ତି ।
Popular Categories



