www.samajalive.in
Friday, December 12, 2025
15.1 C
Bhubaneswar

ଯାତ୍ରୀବାହୀ ବସ୍‍-କାର୍‍ ଧକ୍କା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଦାଣ୍ଡମୁକୁନ୍ଦପୁର ବାଇପାସ୍‍ ରାସ୍ତାରେ ଗୁରୁବାର ପୂର୍ବାହ୍ନରେ ଏକ ଘରୋଇ ଯାତ୍ରୀବାହୀ ବସ୍‍ ସହ ଅନ୍ୟ ଏକ କାର୍‍ର ଧକ୍କା ଲାଗିଥିବା ବେଳେ ଏଥିରେ ୫୦ରୁ ଉର୍ଦ୍ଧ ଯାତ୍ରୀ ଅଳ୍ପକେ ବିପଦରୁ ବର୍ତ୍ତି ଯାଇଥିବା ସୂଚନା ମିଳିଛି।
ଖବରଅନୁସାରେ ପୁରୀରୁ ଭୁବନେଶ୍ୱର ଅଭିମୁଖେ ଏକ କାର୍‍ ଯାଉଥିବା ବେଳେ ଦାଣ୍ଡମୁକୁନ୍ଦପୁର ବାଇପାସ ରାସ୍ତାରେ ଉକ୍ତ କାର୍‍ର ଡାହାଣ ପାର୍ଶ୍ବରୁ ଅନ୍ୟଏକ ଘରୋଇ ଯାତ୍ରୀବାହୀ ବସ୍‍ (ଶ୍ରୀଦୁର୍ଗା) ପଛରୁ ଅତିକ୍ରମ କରିବା ସମୟରେ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲା। ବସ୍‍ଟିର ବାମପାର୍ଶ୍ବ ସମ୍ମୁଖ ଭାଗ ସହ କାର୍‍ର ଡାହାଣ ପାର୍ଶ୍ବ ସମ୍ମୁଖ ଭାଗ ଧକ୍କା ଲାଗିବା ଫଳରେ ବସ୍‍ଟିର ଚାଳକ ଗାଡିକୁ ଡାହାଣ ପଟକୁ କାଟି ଦେଇଥିଲା। ବସ୍‍ର ଚକା ରାସ୍ତାର କଂକ୍ରିଟ୍‍ ଡିଭାଇଡର ଉପରେ ଚଢିଯାଇଥିବା ବେଳେ ସୌଭାଗ୍ୟବସତଃ ଉଭୟ ଗାଡିର ଚାଳକ ବ୍ରେକ୍‍ମାରି ଗାଡିକୁ ଅଟକାଇବାରେ ସଫଳ ହୋଇଥିଲେ। ଫଳରେ ଏକ ବଡଧରଣର ବିପଦରୁ ଉଭୟ କାର୍‍ ଓ ବସ୍‍ର ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି। ଖବର ପାଇ ପିପିଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟିଯାକ ଗାଡିକୁ ଜବତ କରି ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories