www.samajalive.in
Friday, December 12, 2025
26.1 C
Bhubaneswar

ନୀଳଗିରି: ବନ୍ଧୁକ ମୁନରେ ଲୁଟି ନେଲେ ସୁନାଗହଣା

ନୀଳଗିରି: ନୀଳଗିରିର ୩ଟି ସ୍ଥାନରେ ଆଜି ଲୁଟିଆମାନେ ଆତଙ୍କରାଜ ଦେଖାଇଛନ୍ତି । ବନ୍ଧୁକ ମୁନରେ ପୃଥକ ସ୍ଥାନରୁ ସୁନାଗହଣା ଲୁଟି ଫେରାର ହୋଇ ଯାଇଛନ୍ତି । ବରହମପୁର ଅଞ୍ଚଳର ବିବେକ ଚୌଧୁରୀ, ତାଙ୍କ ଖୁଡ଼ି ସୁମିତ୍ରା ଚୌଧୁରୀ ଓ ଏକ ଶିଶୁପୁତ୍ର ବାଇକରେ ନୀଳଗିରିରୁ ଘରକୁ ଯାଉଥିଲେ । ତିନିକୋଶିଆ ଜଙ୍ଗଲ ଅଧୀନ ୧୧ନଂ ପୋଲ ନିକଟରେ ୩ଜଣ ଦୁର୍ବୃତ୍ତ ଏକ ନାଲି ଆପାଚି ବାଇକରେ ପହଞ୍ଚି ଶିଶୁପୁତ୍ରର ମୁଣ୍ଡରେ ବନ୍ଧୁକ ଲଗାଇ ମହିଳାଙ୍କ ସୁନା କାନଫୁଲ, ଚୁଡ଼ି ପ୍ରଭୃତି ଲୁଟି ନୀଳଗିରି ରାସ୍ତାରେ ଚମ୍ପଟ ମାରିଥିଲେ ।

ଏହି ଦୁର୍ବୃତ୍ତମାନେ ସେଠାରୁ ପୁଣି ଶୈବପୀଠ ପଞ୍ଚଲିଙ୍ଗେଶ୍ୱରକୁ ପଶି ପାର୍କିଂଷ୍ଟାଣ୍ଡ ନିକଟରେ କଟକ ଅଞ୍ଚଳର ଜଣେ ପର୍ଯ୍ୟଟକଙ୍କ ହାର ଲୁଟିଥିଲେ ହେଁ ତାହା ଇମିଟେସନ ଥିବା ଜଣାପଡ଼ିଥିଲା । ସେଠାରୁ ଏମାନେ ଦ୍ରୁତଗତିରେ ବାଇକ ଚାଳନା କରି ପଞ୍ଚଲିଙ୍ଗେଶ୍ୱର ଛକ ନିକଟରେ ବନ୍ଧୁକ ଦେଖାଇ ସନ୍ତରାଗଡ଼ିଆ ଅଞ୍ଚଳର ରାମଚନ୍ଦ୍ର ଜେନା ଓ ଲକ୍ଷ୍ମୀପ୍ରିୟଦର୍ଶିନୀ ସଙ୍କୁ ଅଟକାଇ ସୁନାଗହଣା ହାର ଓ ମଙ୍ଗଳସୂତ୍ର ଲୁଟି ଫେରାର ହୋଇ ଯାଇଛନ୍ତି । ଏନେଇ ପୁଲିସର ପୋଟ୍ରାଲିଂ ବ୍ୟବସ୍ଥା ଓ ଶୈବପୀଠରେ ପୁଲିସ ମୁତୟନ ବ୍ୟବସ୍ଥା ଉପରେ ଅଞ୍ଚଳବାସୀ ଅଙ୍ଗୁଳି ଉଠାଇଛନ୍ତି ।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories