www.samajalive.in
Wednesday, December 10, 2025
23.1 C
Bhubaneswar

ନାରଦପୁରରେ ଜାତୀୟ ଜନଜାତି ଆୟୋଗଙ୍କ ଜନଶୁଣାଣି

ଝୁମ୍ପୁରା: ଝୁମ୍ପୁରା ବ୍ଲକ ନାରଦପୁର ପଚାୟତ ଠାରେ ଜାତୀୟ ଜନଜାତି ଆୟୋଗଙ୍କ ଜନଶୁଣାଣି ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ଜନଶୁଣାଣିରେ ଜାତୀୟ ଜନଜାତି ଆୟୋଗ ସଦସ୍ୟ ଅନନ୍ତ ଚରଣ ନାଏକଙ୍କ ସମେତ ଏନସିଏସଟି ଭୂବନେଶ୍ୱର ଡି କେ ପଟେଲ, ଆର କେ ତ୍ରିପାଠୀ, ଡି ନାୟକ ଯୋଗଦାନ କରିଥିବା ବେଳେ ବ୍ଲକ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଜିତୁରଞ୍ଜନ ଜେନା, ସରପଞ୍ଚ ହେମୟନ୍ତୀ ମୋଦୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅଭିଯୋଗ ଶୁଣାଣୀରେ ବ୍ଲକର ବିଭିନ୍ନ ଗ୍ରାମରୁ ୧୨୭ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥି ମଧ୍ୟରୁ ଉକ୍ତ ସ୍ଥାନରେ ୮୫ଟି ଅଭିଯୋଗ ତୁରନ୍ତ ସମାଧାନ କରାଯାଇଥିବା ବେଳେ ୨୫ଟି ଅଭିଯୋଗକୁ ୧ ମାସ ମଧ୍ୟରେ ସମାଧାନ କରାଯିବ ବୋଲି ସଂପୃକ୍ତ ବିଭାଗୀ ଅଧିକାରୀ ମାନେ ଜାତୀୟ ଜନଜାତି ଆୟୋଗ ସଦସ୍ୟ ଶ୍ରୀ ନାୟକଙ୍କୁ ପ୍ରତିଶୃତି ଦେଇଛନ୍ତି। ଏହି ଅଭିଯୋଗ ଶୁଣାଣିରେ ଆବାସ ଯୋଜନା, ଭତ୍ତା, ରାସନକାର୍ଡ.କୃଷି, ମତ୍ସ୍ୟ, ଉନ୍ନୟନ, ପାନୀୟ ଜଳ ସମ୍ପର୍କିତ ଅଭିଯୋଗ ହୋଇଥିଲା। ଏହି ଜନଶୁଣାଣିରେ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories