www.samajalive.in
Monday, December 8, 2025
16.1 C
Bhubaneswar

ଘୁଞ୍ଚିଲା ସମ୍ବଲପୁର ଜିଏମ୍‍ ୟୁନିଭରସିଟି ପରୀକ୍ଷା

ସମ୍ବଲପୁର: ଜିଏମ୍‍ ୟୁନିଭରସିଟି ପରୀକ୍ଷା ଘୁଞ୍ଚିଲା। ଶନିବାର ହେବାକୁ ଥିବା ୟୁନିଭରସିଟିର ବିଭିନ୍ନ କ୍ଲାସର ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଶନିବାର ଦିନ ସମ୍ବଲପୁର ମନ୍ଦଲିଆ ଗ୍ରାଉଣ୍ଡରେ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶାର କାର୍ଯ୍ୟ ପାଇଁ ଆୟୋଜନ କରାଯାଉଛି। ଏଥିପାଇଁ ପରୀକ୍ଷା ଘୁଞ୍ଚାଇବାକୁ ଜିଲା ପରିଷଦ ପକ୍ଷରୁ ୟୁନିଭରସିଟିକୁ ଏକ ଚିଠି ଲେଖାଯାଇଛି। ଏହାପରେ ଜିଏମ୍‍ ୟୁନିଭରସିଟିର ପରୀକ୍ଷା ଘୁଞ୍ଚିଛି। ଜାନୁଆରୀ ୧୩ତାରିଖରେ ହେବାକୁ ଥିବା ପରୀକ୍ଷା ଜାନୁଆରୀ ୨୪ତାରିଖରେ ହେବ। ଏସମ୍ପର୍କରେ ୟୁନିଭରସିଟି ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହାସହିତ ଯେଉଁ ଛାତ୍ରଛାତ୍ରୀ ମାନେ ସାମସ୍‍ ପୋର୍ଟାଲରେ ପଞ୍ଜିକୃତ ହୋଇଥିବେ ସେମାନେ କେବଳ କାର୍ଯ୍ୟକ୍ରମରେ ଭାଗ ନେଇପାରିବେ ବୋଲି ଜିଲା ପରିଷଦ ପକ୍ଷରୁ କୁହାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories