www.samajalive.in
Thursday, December 11, 2025
13.1 C
Bhubaneswar

ଇଭିଏମ ପ୍ରଦର୍ଶନ କେନ୍ଦ୍ର ଉଦଘାଟନ

ଫୁଲବାଣୀ : ସ୍ଥାନୀୟ  ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ଇଭିଏମ ପ୍ରଦର୍ଶନ କେନ୍ଦ୍ର ଗୁରୁବାର ଉଦଘାଟନ ହୋଇଯାଇଛି । ଏହି ପ୍ରଦର୍ଶନ କେନ୍ଦ୍ର କୁ ଫୁଲବାଣୀ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ବିଭିନ୍ନ ରାଜନୈତିକ ଦଳ ର ପ୍ରତିନିଧି ଉପସ୍ଥିତ ଥିଲେ। ଏହି ପ୍ରଦର୍ଶନ ଆସନ୍ତା ଦୁଇ ମାସ ଧରି ଚାଲିବ।

ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଇଭିଏମ ସମ୍ପର୍କରେ ଗ୍ରାମାଞ୍ଚଳରେ ରହୁଥିବା ଭୋଟର ତଥା ନୂତନ ଭାବରେ ଭୋଟ ତାଲିକାରେ ପଞ୍ଜିକୃତ ହୋଇଥିବା ଯୁବ ଭୋଟର ମାନଙ୍କୁ ସଚେତନ କରି ତାଙ୍କ ଭିତରେ ଥିବା ଭ୍ରାନ୍ତ ଧାରଣା କୁ ଦୂର କରିବା ଏବଂ ସମସ୍ତ ଫୁଲବାଣୀ ବିଧାନସଭା ମଣ୍ଡଳୀ ଅନ୍ତର୍ଗତ ସମସ୍ତ ଭୋଟର ମାନଙ୍କୁ ଇଭିଏମ ଓ ଭିଭିପାଟ ମାଧ୍ୟମରେ ଭୋଟ ଦାନ ପ୍ରକ୍ରିୟାରେ ସାମିଲ କରିବା ।

- Advertisement -

ଏହି ଅବସରରେ ଡେପୁଟି କଲେକ୍ଟର ସୁମନ ଡୁଙ୍ଗ ଡୁଙ୍ଗ, ସହକାରୀ ଜିଲ୍ଲାପାଳ, ବିବେକାନନ୍ଦ ସାମଲ, ସହକାରୀ ଜିଲ୍ଲାପାଳ ମାନସ ରଞ୍ଜନ ପାଣିଗ୍ରାହୀ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ରଞ୍ଜିତା ଲେଙ୍କା, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ବହୁ ଭୋଟର ମାନେ ଉପସ୍ଥିତ ରହି ଭୋଟ ଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories