ଡେସ୍କ: ଚଳିତ ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୧୭ ଲକ୍ଷ କୋଟିରୁ ଅଧିକ ହୋଇଛି। ଗତ ବର୍ଷ ଏହି ସମୟରେ ହୋଇଥିବା ପ୍ରତ୍ୟକ୍ଷ ଟିକସ ସଂଗ୍ରହ ଠାରୁ ଏହା ପ୍ରାୟ ୧୭ ପ୍ରତିଶତ ଅଧିକ | ଅର୍ଥ ମନ୍ତ୍ରଣାଳୟ କହିଛି ଯେ ଏହି ସଂଗ୍ରହ ୨୦୨୩-୨୪ ପାଇଁ ପ୍ରତ୍ୟକ୍ଷ ଟିକସର ମୋଟ ବଜେଟ୍ ଆକଳନରୁ ୮୦ ପ୍ରତିଶତରୁ ଅଧିକ ଅଟେ। ମନ୍ତ୍ରଣାଳୟ କହିଛି ଯେ କର୍ପୋରେଟ୍ ଆୟକର ସଂଗ୍ରହ ୮.୩୨ ପ୍ରତିଶତ ଏବଂ ବ୍ୟକ୍ତିଗତ ଆୟକର ସଂଗ୍ରହ ୨୬ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ଚଳିତ ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ ୨ ଲକ୍ଷ ୪୮ ହଜାର କୋଟି ଟଙ୍କା ଫେରସ୍ତ ପ୍ରଦାନ କରାଯାଇଛି।
Popular Categories



