www.samajalive.in
Saturday, December 6, 2025
26.1 C
Bhubaneswar

କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଅଗ୍ନି ନିରାପତ୍ତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ

କାମାକ୍ଷାନଗର: କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଅଗ୍ନିଶମ ବାହିନୀ ତରଫରୁ ଅଗ୍ନି ନିରାପତ୍ତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାମାକ୍ଷାନଗର ଅଗ୍ନିଶମ କେନ୍ଦ୍ରର ଅଧିକାରୀ କାହ୍ନୁଚରଣ ସ୍ୱାଇଁଙ୍କ ନେତୃତ୍ୱ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟତଃ ଚିକିତ୍ସାଳୟ ରେ ଯଦି କୌଣସି କାରଣବଶତଃ ନିଆଁ ଲାଗିଯାଏ ତାକୁ କିପରି ନିୟନ୍ତ୍ରଣ କରାଯାଇ ପାରିବ ସେ ନେଇ ବିଭିନ୍ନ ପ୍ରକାର କୌଶଳ ବିଷୟରେ କର୍ମଚାରୀମାନଙ୍କୁ ଅବଗତ କରାଯାଇଥିଲା। ଯଦି କୋଉଠି ଆକସ୍ମିକ ଭାବେ ନିଆଁ ଲାଗିଯାଏ ତାହେଲେ ଭୟଭୀତ ନହୋଇ ପ୍ରଥମେ ନିଆଁ କୁ କୌଶଳ ର ସହ ଆୟତ କରିବାପାଇଁ ଅଗ୍ନିଶମ ଅଧିକାରୀ ପରାମର୍ଶ ଦେଇଥିଲେ।
ମେଡିକାଲ ପରିସରରେ ଏ ସମ୍ପର୍କ ରେ ନିଆଁ କୁ କିଭଳି ରୋକଯାଇ ପାରିବ ସେ ନେଇ ବିଭିନ୍ନ କୌଶଳ ଅଗ୍ନିଶମ ବାହିନୀ ତରଫରୁ ପ୍ରଦର୍ଶିତ କରାଯାଇଥିଲା। ସୁବାସ ମଣ୍ଡଳ, ମିଥୁନ ମେହେର, ମେଡିକାଲ ପରିଚାଳିକା ରଶ୍ମିରେଖା ସାମଲ, ସମସ୍ତ ଷ୍ଟାଫ ଓ ସିକ୍ୟୁରିଟି କର୍ମଚାରୀ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ। ଅଗ୍ନିଶମ ବାହିନୀ ତରଫରୁ ହାବିଲଦାର ଶ୍ରୀକାନ୍ତ ବଳବନ୍ତରାୟ, ଡ୍ରାଇଭର ହାବିଲଦାର ରାଜୀବ ଲୋଚନ ସାହୁ, ଫାୟାରମ୍ୟାନ ପ୍ରଶାନ୍ତ କୁମାର ହୋତା, ରାଜେନ୍ଦ୍ର ନନ୍ଦ ଓ ରାକେଶ କୁମାର ପଣ୍ଡା ନିଆଁ ଲିଭିବାର କୌଶଳ ପ୍ରଦର୍ଶନ କରିଥିଲେ।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories