www.samajalive.in
Monday, December 8, 2025
24.1 C
Bhubaneswar

ପାନୀୟ ଜଳ ସମସ୍ୟା ନେଇ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡା ପଞ୍ଚାୟତ ସଦର ଗାଁରେ ପାନୀୟ ଜଳ ସମସ୍ୟାକୁ ନେଇ ଗୁରୁବାର ମହିଳା ଓ ପୁରୁଷ ଏକତ୍ରିତ ହୋଇ ପ୍ରାୟ ୩ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି। ମାଝୀଗୁଡା ଗାଁରେ ପ୍ରାୟ ୩୦୦ ପରିବାର ବସବାସ କରୁଥିବା ବେଳେ ପ୍ରାୟ ୧୫୦୦ରୁ ଊର୍ଦ୍ଧ୍ବ ଲୋକ ସଂଖ୍ୟା ରହିଛି। ଗ୍ରାମବାସୀ କହିବା ଅନୁଯାୟୀ, ପ୍ରାୟ ୧୦ ଦିନ ହେବ ପିଇବା ପାଣି ମିଳିବା କଷ୍ଟକର ହୋଇପଡୁଛି। ଏହାକୁ ନେଇ ଗୁରୁବାର ଶତାଧିକ ମହିଳା ପୁରୁଷ ଏକତ୍ରିତ ହୋଇ ହାଣ୍ଡି ଧରି ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି। ପାନୀୟ ଜଳର ବାରମ୍ବାର ଅସୁବିଧା ନେଇ ପଞ୍ଚାୟତ କାର୍ଯ୍ୟାଳୟରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଓ ଜନପ୍ରତିନିଧିଙ୍କୁ ବାରମ୍ଭାର ଅଭିଯୋଗ କରିଥିଲେ ମଧ୍ୟ ଏହାର ସମଧ୍ୟାନ ହୋଇ ପାରି ନ ଥିଲା। ଗ୍ରାମବାସୀ ଗଣମାଧ୍ୟମକୁ ଏହି ପାନୀୟ ଜଳର ସମସ୍ୟା ଉପରେ ଖବର ଦେବାରୁ ଗଣମାଧ୍ୟମ ପ୍ରତିନିଧିମାନେ ଘଟଣା ସ୍ଥଳରେ ପହଞ୍ଚିବାରୁ ଜଳବିଭାଗ ପକ୍ଷରୁ ତୁରନ୍ତ କାର୍ଯ୍ୟ ଆରମ୍ଭ କରିଥିଲେ।

ରାସ୍ତା ଅବରୋଧ ହେବାରୁ ଜଳ ଯୋଗାଣ ବିଭାଗର ଯନ୍ତ୍ରୀ ବିଭୁତି ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ଅବରୋଧ କରିଥିବା ଲୋକଙ୍କ ସହ ଆଲୋଚନା କରି ୨ଘଣ୍ଟା ମଧ୍ୟରେ ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିବା ଗ୍ରାମର ପ୍ରାସ୍କା ଲିଙ୍ଗ, ପି ଦୟା ଆମା, ଧନପତି କୌଶଲ୍ୟା, ଜାଡ଼ି ଦୋମା, ଜାଡ଼ି ଏଣ୍ଡୁ, ମୁନା ପ୍ରଧାନୀ, କେ ନୁକା ରାଜ କହିଛନ୍ତି। ଏ ସମ୍ପର୍କରେ ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ବିଭୁତି ପଣ୍ଡାଙ୍କୁ ପଚାରିବାରୁ ସେ କହିଲେ, ମାଆମାନଙ୍କୁ ଦୁଇଘଣ୍ଟା ସମୟ ମାଗିଛି, ସେହି ସମୟ ମଧ୍ୟରେ ମରାମତି କରାଯିବ। ପୁରୁଣା ପାଇପ ଲାଇନ ଫାଟି ଯାଇଛି, ତାକୁ ବାହାର କରି ନୂତନ ପାଇପ ପକାଇ ପୁରୁଣା ପାଇପରେ ଲଗାଇବା ସମ୍ଭବ ହେଉନାହିଁ। ତୁରନ୍ତ ପାଇପ ମରାମତି କରିବାୁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories