www.samajalive.in
Monday, December 8, 2025
20.1 C
Bhubaneswar

ପ୍ରଶାସନ ସହାୟତାରେ ଫେରିଲା ମୃତଦେହ

ଲାଞ୍ଜିଗଡ଼: ପ୍ରଶାସନ ସହାୟତାରେ ଶେଷରେ ନିଜ ମାଟିକୁ ଫେରିଛି କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତ ସିନ୍ଧିପଦର ଗାଁର ବିଷ୍ଣୁ ସୁନାଙ୍କ ପୁଅ ଟୁନା ସୁନାଙ୍କ ମୃତଦେହ। ଟୁନା ସୁନା କେରଳରେ ଦାଦନ ଖଟିବାକୁ ଯାଇଥିବାବେଳେ ସେଠାରେ ବସ୍ ଧକ୍କାରେ ତାଙ୍କର ମତ୍ୟୁ ଘଟିଥିଲା। ତେବେ ଅର୍ଥାଭାବ ଯୋଗୁଁ ଘରକୁ ମୃତଦେହ ଫେରିପାରୁ ନ ଥିବାବେଳେ ପରିବାର ଲୋକେ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗର ଦ୍ବାରସ୍ଥ ହୋଇଥିଲେ। ଜିଲାପାଳ ପି. ଅନ୍ବେଷା ରେଡ୍ଡୀ ତୁରନ୍ତ ପଦକ୍ଷେପ ନେବା ସହିତ ରେଡକ୍ରସରୁ ୩୦ ହଜାର ଟଙ୍କା ମଞ୍ଜୁର କରିଥିଲେ। ସେହିପରି ଜିଲା ଶ୍ରମ ବିଭାଗ ପକ୍ଷରୁ ୧୦ ହଜାର ଟଙ୍କା ସହାୟତା ଦିଆଯାଇଥିଲା। ପ୍ରଶାସନ ଓ ଶ୍ରମ ବିଭାଗର ସହାୟତାରେ ଗୁରୁବାର ଘରକୁ ମୃତଦେହ ଫେରିଛି। ଗାଁରେ ମୃତଦେହ ପହଞ୍ଚିବା ପରେ ଶୋକାକୂଳ ପରିସ୍ଥିତିରେ ଶବ ସତ୍କାର କରାଯାଇଛି। ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ନିର୍ଦେଶରେ ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ, ଜଗଦୀଶ ବେନିଆଁ ପ୍ରମୁଖ ଶବାଧାରରେ ସାମିଲ ହୋଇ ସମବେଦନା ଜଣାଇଥିଲେ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories