www.samajalive.in
Sunday, December 7, 2025
26.1 C
Bhubaneswar

ଶୀତ ଋତୁରେ କାହିଁକି ଶୁଷ୍କ ପଡେ ତ୍ୱଚା

ଶୀତ ଋତୁ ଚାଲିଥିବାରୁ ସବୁଠି ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଏହି ଦିନରେ ଅଧିକାଂଶ ଲୋକେ ବିଭିନ୍ନ ଚର୍ମ ରୋଗରେ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳେ। ଆପଣମାନେ ପ୍ରାୟତଃ ଶୀତ ଦିନରେ ଗାଧୋଇକି ଆସିବା ପରେ ଦେହରେ ବଡି ଲୋସନ ଲଗାଇଥାନ୍ତି। କାରଣ ଗାଧୋଇବା ପରେ ଅନେକଙ୍କ ତ୍ୱଚା ଶୁଖିଲା ପଡିଯାଏ। ଏହାର କାରଣ କଣ ରହିଛଇ ଚାଲନ୍ତୁ ଜାଣିବା।
ଶୀତ ଦିନରେ ମୁଖ୍ୟତଃ ଥଣ୍ଡା ପବନ ବହୁଥିବାରୁ ଏହା ତ୍ୱଚାରେ ବାଜିବା ପରେ ଚର୍ମ ଶୁଖିଯାଇଥାଏ। ଶୀତଦିନରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବାରୁ ଲୋକେ ଗରମ ପାଣିରେ ଗାଧୋଇବାକୁ ଭଲ ପାଆନ୍ତି। ମାତ୍ର ଏହା ତ୍ୱଚା ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ଅତ୍ୟଧିକ ଗରମ ପାଣିରେ ଗାଧୋଇବା ଦ୍ୱାରା ଶରୀରରେ ଥିବା ନାଚୁରାଲ ଅଏଲ ବାହାରିଯାଏ। ଯାହାଦ୍ୱାରା ଚର୍ମକୁ ମଶ୍ଚରାଇଜ୍‌‌ କରିବାକୁ ପଡିଥାଏ। ଆଉ ଏକ କାରଣ ହେଉଛି ଶୀତରେ ଦେହରେ ଶାବୁନ ଲଗାଇବା ଦ୍ୱାରା ଚର୍ମ ଶୁଖି ଯାଇଥାଏ। ଏଥିପାଇଁ ଥଣ୍ଡାରେ ଯଦି ଆପଣ ଶାବୁନ ଲଗାଇ ଗାଧୋଇବାକୁ ଚାହୁଁଛନ୍ତି ତେବେ ଏହାର କିଛି ସମୟ ପୂର୍ବରୁ ଦେହରେ ଭଲ ଭାବରେ ତେଲ ମସାଜ କରନ୍ତୁ। ଏହାସହ ଗାଧୋଇବା ପରେ ପ୍ରଥମେ ମଶ୍ଚରାଇଜ କରିବା ନିହାତି ଜରୁରୀ। ଏଭଳି କଲେ ଆପଣଙ୍କ ତ୍ୱଚା ଚମକିବ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories