www.samajalive.in
Saturday, December 6, 2025
14.1 C
Bhubaneswar

ସ୍ବଚ୍ଛତାରେ ପୁଣି ୧ ନମ୍ବର ଇନ୍ଦୋର

ଇନ୍ଦୋର: ମଧ୍ୟପ୍ରଦେଶର ଆର୍ଥିକ ରାଜଧାନୀ ଇନ୍ଦୋର ସପ୍ତମ ଥର ପାଇଁ ସବୁଠାରୁ ସ୍ବଚ୍ଛ ସହର ହେବାର ଗୌରବ ଅର୍ଜନ କରିଛି। ସ୍ବଚ୍ଛ ସର୍ବେକ୍ଷଣ ୨୦୨୩ରେ ଇନ୍ଦୋର ପୁଣି ଥରେ ପ୍ରଥମ ସ୍ଥାନ ହାସଲ କରିଛି। ଗୁରୁବାର ଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ସ୍ବଚ୍ଛତା ପୁରସ୍କାରା ପ୍ରଦାନ କରିଛନ୍ତି। ଏଥିସହ ମଧ୍ୟପ୍ରଦେଶ ଦେଶର ଦ୍ବିତୀୟ ସ୍ବଚ୍ଛ ରାଜ୍ୟ ଭାବେ ପୁରସ୍କୃତ ହୋଇଛି। ମହାରାଷ୍ଟ୍ର ଦେଶର ସବୁଠାରୁ ସ୍ବଚ୍ଛ ରାଜ୍ୟ ମାନ୍ୟତା ପାଇଛି।

ମଧ୍ୟପ୍ରଦେଶର ଇନ୍ଦୋର କ୍ରମାଗତ ସପ୍ତମ ଥର ଦେଶର ସବୁଠାରୁ ସ୍ବଚ୍ଛ ସହର ଭାବରେ ରହିଆସିଛି। ତେବେ ଏଥର ଇନ୍ଦୋର ସହିତ ଗୁଜରାଟର ସୁରଟ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଛି। ସ୍ବଚ୍ଛ ଭାରତ ସର୍ଭେରେ ପ୍ରଥମ ଥର ପାଇଁ ଦୁଇଟି ସହର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଇନ୍ଦୋର ବ୍ୟତୀତ ବର୍ତ୍ତମାନ ଗୁଜରାଟର ସୁରଟ ମଧ୍ୟ ମିଳିତ ଭାବେ ଦେଶର ସବୁଠାରୁ ସ୍ବଚ୍ଛ ସହର ହୋଇପାରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories