www.samajalive.in
Thursday, December 11, 2025
18.1 C
Bhubaneswar

ଦୃଷ୍ଟି ୧୦ ଷ୍ଟାର୍ ଲାଇନର୍‌: ସ୍ୱଦେଶୀ ଡ୍ରୋନ୍‌ ଲଞ୍ଚ୍‌ କଲେ ନୌସେନା ମୁଖ୍ୟ

ହାଇଦରାବାଦ: ଆଦାନୀ ଡିଫେନ୍ସ ଆଣ୍ଡ୍‌ ଏରୋସ୍ପେସ୍ ଦ୍ୱାରା ନିର୍ମିତ ଦୃଷ୍ଟି ୧୦ ଷ୍ଟାର୍ ଲାଇନର୍‌ ଡ୍ରୋନ୍ ବୁଧବାର ଲଞ୍ଚ୍‌ ହୋଇଛି। ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ୍ ଆର. ହରି କୁମାର ହାଇଦ୍ରାବାଦରେ ଏହାକୁ ଲଞ୍ଚ୍‌ କରିଛନ୍ତି। ଏହି ଅବସରରେ ନୌସେନା ମୁଖ୍ୟ କହିଛନ୍ତି, ଏହା ଭାରତୀୟ ନୌସେନାର କ୍ଷମତା ବୃଦ୍ଧି କରିବ। ସେ ଆହୁରି କହିଛନ୍ତି, ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଭାରତୀୟ ନୌସେନା ୟୁଏଭିର ବ୍ୟବହାର କରୁଛି। ଦୃଷ୍ଟି ୧୦ ପରି ଡ୍ରୋନର ସ୍ୱଦେଶୀକରଣ ଆମକୁ ଏହି କ୍ଷମତାଗୁଡ଼ିକୁ ସ୍ୱଦେଶୀ ଭାବରେ ହାସଲ କରିବାରେ ସାହାଯ୍ୟ କରିବ।

କମ୍ପାନୀ କହିଛି ଯେ, ଏହା ହେଉଛି ସମସ୍ତ ପ୍ରକାର ପାଣିପାଗରେ କାର୍ଯ୍ୟ କରୁଥିବା ଏକମାତ୍ର ସାମରିକ ପ୍ଲାଟଫର୍ମ, ଯାହା ଦୁଇଟି ଏୟାରଫିଲ୍ଡରେ ଉଡିପାରିବ। ନୌସେନାର ସାମୁଦ୍ରିକ ଅଭିଯାନରେ ସାମିଲ ହେବା ପାଇଁ ୟୁଏଭି ହାଇଦ୍ରାବାଦରୁ ପୋରବନ୍ଦର ଅଭିମୁଖେ ଯାତ୍ରା କରିବ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories