www.samajalive.in
Wednesday, December 10, 2025
18.1 C
Bhubaneswar

ଘରେ ନଥିଲେ ନେଇ ଆସନ୍ତୁ ଏହି ଗଛ ; ହେବ ଧନର ବର୍ଷା

ବାସ୍ତୁ ଅନୁଯାୟୀ, ଘରର ଉତ୍ତର ଦିଗକୁ ସର୍ବଦା ସଫା ସୁତୁରା ରଖିବା ଆବଶ୍ୟକ। ମାନ୍ୟତା ଅନୁଯାୟୀ, ଏହି ଦିଗରେ ମା’ଲକ୍ଷ୍ମୀ ଓ ଭଗବାନ କୁବେର ବାସ କରିଥାଆନ୍ତି। ବାସ୍ତୁରେ ଏଭଳି କେତେକ ଗଛ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହାକୁ ଘରର ଅଗଣାରେ ଓ ଘରେ ରଖିବା ଦ୍ୱାରା ଆଦୌ ଧନର ଅଭାବ ହୋଇନଥାଏ। ଶୁଭଫଳ ମିଳିବା ସହ ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ। ଅଯଥାରେ ଟଙ୍କା ଖର୍ଚ୍ଚ ଲାଗି ରହୁଥିଲେ ଏହା ମଧ୍ୟ ଦୂର ହୋଇଥାଏ। ଆର୍ଥିକ କ୍ଷେତ୍ରରେ ବୃଦ୍ଧି ପାଇଁ ଜାଣନ୍ତୁ ସେହି ୪ଟି ଗଛ ବିଷୟରେ ଯାହା ଦ୍ୱାରା ମା’ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ।
କଦଳୀ ଗଛ- ଉତ୍ତର ଦିଗରେ କଦଳୀ ଗଛ ଲଗାନ୍ତୁ ଓ ପ୍ରତ୍ୟେକ ଗୁରୁବାର ଦିନ ପୂଜା କରନ୍ତୁ। ଏହାଦ୍ୱାରା ମା’ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ। ଏହାସହ ଗୁରୁବାର ଦିନ କଦଳୀ ବୃକ୍ଷ ତଳେ ଘିଅର ଦୀପ ନିଶ୍ଚୟ ଲଗାନ୍ତୁ। ଫଳରେ ଭାଗ୍ୟରେ ଶୁଭ ପରିବର୍ତ୍ତନ ସହ ଜୀବନରେ ଥିବା କଷ୍ଟ ଦୂର ହୋଇଥାଏ।
ତୁଳସୀ – ହିନ୍ଦୁ ଧର୍ମରେ ତୁଳସୀଙ୍କୁ ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଏ। ଏହାର ଖୁବ ମହତ୍ତ୍ୱ ମଧ୍ୟ ରହିଛି। ଘରର ଉତ୍ତର ଦିଗରେ ଅଗଣାରେ ତୁଳସୀ ବୃକ୍ଷ ନିଶ୍ଚୟ ଲଗାନ୍ତୁ। ଏପରି କରିବା ଦ୍ୱାରା ଘରେ ଧନର ବର୍ଷା ହେବା ସହ ଅଟକି ରହିଥିବା କାର୍ଯ୍ୟରେ ସଫଳତା ମିଳିଥାଏ। ତୁଳସୀଙ୍କ ଉପରେ ପର୍ଯ୍ୟାପ୍ତ ପରିମାଣରେ ସୂର୍ଯ୍ୟ କିରଣ ଯେପରି ପଡୁଥିବ,ସେଥିପ୍ରତି ଧ୍ୟାନ ଦିଅନ୍ତୁ।
ବାଂଉଶ ଗଛ – ବାସ୍ତୁ ଅନୁଯାୟୀ, ବଜାରରେ ବିକ୍ରି ହେଉଥିବା ଛୋଟ ବାଂଉଶ ଗଛ ଘରେ ରଖିବା ଦ୍ୱାରା ଗୃହରେ ସର୍ବଦା ସୁଖଶାନ୍ତି ରହିଥାଏ। ଏହାକୁ ଘର ଭିତରେ ଉତ୍ତର ଦିଗରେ ରଖନ୍ତୁ। ଏହା ଘର ପାଇଁ ଶୁଭଙ୍କର ହେବା ସହ ନକରାତ୍ମକ ଶକ୍ତି ଦୂର ହୋଇଥାଏ।
ମନି ପ୍ଲାଣ୍ଟ – ମନି ପ୍ଲାଣ୍ଟକୁ ଖୁବ ଶୁଭ ଗଛ କୁହାଯାଏ। ଏହାକୁ ଘରର ଉତ୍ତର ଦିଗରେ ନୀଳ ରଙ୍ଗର ବୋତଲରେ ରଖି ପାରିବେ। ଏହାଦ୍ୱାରା ଘରେ ଆଦୌ ଟଙ୍କାର ଅଭାବ ହୋଇନଥାଏ।

 

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories