www.samajalive.in
Tuesday, December 9, 2025
15.1 C
Bhubaneswar

ଚା’ରୁ ଜାଣନ୍ତୁ କିପରି ଆପଣଙ୍କ ବ୍ୟକ୍ତିତ୍ୱ

ନିତିଦିନ ଚା’ ପିଇବା ବହୁ ଲୋକଙ୍କ ଅଭ୍ୟାସ ଅଟେ। ଏହି କାରଣରୁ ଅଧିକାଂଶଙ୍କ ଘରେ ସକାଳ ଚା’ ପ୍ରସ୍ତୁତ କରିବାରୁ ଦିନଟି ଆରମ୍ଭ ହୋଇଥାଏ। ସକାଳୁ ଚା’ ପିଇବା ଦ୍ୱାରା ସତେଜ ଲାଗିଥାଏ ଓ କାର୍ଯ୍ୟ କରିବାକୁ ମଧ୍ୟ ଇଚ୍ଛା ହୋଇଥାଏ। କିଛି ଲୋକଙ୍କୁ ନାଲି ଚା’ ପସନ୍ଦ ଓ କିଛି ଲୋକଙ୍କୁ କ୍ଷୀର ଚା’ ପସନ୍ଦ। ମାତ୍ର ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଉଛି ଏହି ଚା’ ପିଇବାରୁ ଲୋକଙ୍କ ବ୍ୟକ୍ତିତ୍ୱ ଜଣାପଡ଼ିଥାଏ। ଜାଣନ୍ତୁ ଚା’ ରୁ ବ୍ୟକ୍ତିତ୍ୱ ବିଷୟରେ ….


ନାଲି ଚା’ ପିଇବାକୁ ପସନ୍ଦ କରୁଥିବା ବ୍ୟକ୍ତି ବା ମହିଳାଙ୍କ ମନ ଖୋଲା। ସେ ସମସ୍ତ କଷ୍ଟକୁ ଦୃଢତାର ସହ ସମ୍ଭାଳିବାର କ୍ଷମତା ରଖିଥାଆନ୍ତି। ବାହାରର କୌଣସି କଥାରେ ମୁଣ୍ଡ ଖେଳାଇବା ପାଇଁ ପସନ୍ଦ କରନ୍ତି ନାହିଁ।

- Advertisement -


ଗ୍ରୀନ ଚା’ ପିଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। ଏହି ଚା’ ପସନ୍ଦ କରୁ୍‍ଥିବା ବ୍ୟକ୍ତି ବା ମହିଳା ଉଚ୍ଚାଭିଳାଷୀ ଅଟନ୍ତି। ଅନ୍ୟ କଥାରେ ସେ ଖୁବ ଶୀଘ୍ର ପ୍ରଭାବିତ ହୋଇଥାଆନ୍ତି।


କ୍ଷୀର ଚା’ ପସନ୍ଦ କରୁଥିବା ବ୍ୟକ୍ତି ବା ମହିଳା ନେତୃତ୍ୱ ନେବାକୁ ପସନ୍ଦ କରିଥାଆନ୍ତି। ଏମାନଙ୍କ ଚିନ୍ତାଧାରା ଅନ୍ୟମାନଙ୍କ ଠାରୁ ଭିନ୍ନ ହୋଇଥାଏ।
ବିନା ଚିନି ଯୁକ୍ତ କ୍ଷୀର ଚା’ ପସନ୍ଦ କରୁ୍‍ଥିବା ବ୍ୟକ୍ତି ବା ମହିଳା ପରମ୍ପରା ବାହାରକୁ ଯାଇ କିଛି କରିବାକୁ ପସନ୍ଦ କରନ୍ତି ନାହିଁ। ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଏମାନେ ଦୃଢ ପ୍ରତିଜ୍ଞାବଦ୍ଧ ହୋଇଥାଆନ୍ତି।
କମ କ୍ଷୀର ଓ କମ ଚିନି ଯୁକ୍ତ ଚା’ ପସନ୍ଦ କରୁଥିବା ବ୍ୟକ୍ତି କିମ୍ବା ମହିଳା ସବୁବେଳେ ଆତ୍ମବିଶ୍ୱାସୀ ଜୀବନ ବିତାଇଥାଆନ୍ତି।


ଅଧିକ କ୍ଷୀର ଓ ଅଧିକ ଚିନି ଯୁକ୍ତ ଚା’ ପିଇବା ପାଇଁ ପସନ୍ଦ କରୁଥିବା ବ୍ୟକ୍ତି ବା ମହିଳା ନିଜ ଇଚ୍ଛାକୁ ପୂରଣ କରିବା ପାଇଁ ସମସ୍ତ ଉପାୟ ପ୍ରୟୋଗ କରିବା ସହ ବହୁ ପରିଶ୍ରମ ମଧ୍ୟ କରନ୍ତି। ଏହା ସହ ତାଙ୍କ ଭିତରେ ଛୋଟ ପିଲା ଭଳି ଗୁଣ ମଧ୍ୟ ରହିଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories