www.samajalive.in
Sunday, December 7, 2025
26.1 C
Bhubaneswar

ରାସ୍ତା କଡ଼ରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ ଅନ୍ତର୍ଗତ ଦେବାହାଲପ ତାଜ ଟିକ୍ର। ବୁଲାଣି ରାସ୍ତାରେ ୫୩ ନଂ ଜାତୀୟ ରାଜପଥ କଡ଼ରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ ଅତାବିରା ଥାନା ଅଧିକାରୀ ସୁକୁମାର ତ୍ରିପାଠୀ ଘଟଣା ସ୍ଥଳରେ ପହଞ୍ଚିଥିଲେ।ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡି ଥିବା ବେଳେ ଶରୀର କ୍ଷତବିକ୍ଷତ ହୋଇଯାଇଥିବାରୁ ସ୍ଥାନୀୟ ଲୋକେ ଚିହ୍ନଟ କରିପାରିନଥିଲେ। ପୁଲିସ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବରଗଡକୁ ପଠାଇଥିଲେ। ହେଲେ ଆଜିକୁ ଚାରିଦିନ ହେଲା ବରଗଡ଼ ଶବ ଗୃହରେ ଶବଟି ପଡ଼ି ରହିଛି ଅଚିହ୍ନା ,ଅଜଣା ଭାବରେ । ବ୍ୟକ୍ତି ଜଣକ କିଏ ,କେଉଁ ଜାଗାର କିଛି ସୁରାକ ମିଳିନାହିଁ ।ତେବେ ସ୍ଥାନୀୟ କିଛି ଲୋକ ବେଳେ ବେଳେ ତାକୁ ପାଗଳ ଭଳି ବୁଲୁଥିବାର ଦେଖିଥିବା ପ୍ରକାଶ କରୁଥିବା ବେଳେ ଆଉ କେହି କେବେ ଦେଖି ନଥିବା ଆଦି ବିଭିନ୍ନ ପ୍ରକାର ଗୁଜବ ଉଠୁଛି । କିନ୍ତୁ ତାଙ୍କ ପ୍ରକୃତ ପରିଚୟ ଜଣା ପଡିନି । ଏ ନେଇ ପୁଲିସ  ଏକ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ରୁଜୁ କରି ଏହାର ତଦନ୍ତ ଜାରି ରଖିଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories