www.samajalive.in
Sunday, December 14, 2025
14.1 C
Bhubaneswar

ନଟରାଜ କଳା ପରିଷଦର ବାର୍ଷିକ ଉତ୍ସବ, କୁନି କୁନି  ପାଦର  ଝଙ୍କାରରେ ଝୁମିଲେ ଦର୍ଶକ…   

ରେଙ୍ଗାଲିକ୍ୟାମ୍ପ:  ଅତାବିରା  ନଟରାଜ କଳା ପରିଷଦର  ନବମ  ବାର୍ଷିକ ଉତ୍ସବ   ନଟରାଜ କଳା କ୍ଳବ୍ ସମ୍ମୁଖରେ ବସ୍ତି ଭିତରେ ପରିଷଦର ସଭାପତି ନିର୍ମଳ ଚନ୍ଦ୍ର ପ୍ରଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।ଏହି ଉତ୍ସବରେ ସ୍ଥାନୀୟ ବିଧାୟିକା  ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଏନ୍ଏସି ଅଧ୍ୟକ୍ଷ ବନମାଳୀ ବରିହା, ଅତାବିରା ନିର୍ବାହୀ ଯନ୍ତ୍ରୀ ମନ୍ମଥ ଦାଶ, କାଉନସିଲର ପ୍ରମିଳା  ପ୍ରଧାନ ଓ ଆକାଶ ବାଣୀ ଗୀତିକାର ସରୋଜ ରଥ ସମ୍ମାନିତ ଅତିଥି ଭାବରେ ମଞ୍ଚାସୀନ ଥିଲେ ।

ସମ୍ପାଦକ ସୁମନ୍ତ ସାହୁ ଅତିଥି ପରିଚୟ ପ୍ରଦାନ ଓ ମଞ୍ଚ ପରିଚାଳନା କରିଥିଲେ । ଅତିଥି ଙ୍କ ଦ୍ଵାରା  ଇଷ୍ଟଦେବୀ ମା ସମଲେଶ୍ଵରୀ ଓ ନଟରାଜ ଙ୍କ ତୈଳ ଫଟୋ ଚିତ୍ରରେ  ପୁଷ୍ପମାଲ୍ୟ ଅର୍ପଣ ଓ ଦୀପ ପ୍ରଜ୍ବଳନ  ପରେ ଭବ୍ୟା, ମୁସକାନ,ଆଲିଶା,ଓ ସ୍ଵୀକୃତି ଙ୍କ  ସ୍ଵାଗତ ସଙ୍ଗୀତ ଗାନ କରିଥିଲେ । ଏହା ପରେ ଅତିଥି  ମାନେ ନିଜ ନିଜ ବକ୍ତବ୍ୟ ମାଧ୍ୟମରେ ନଟରାଜ କଳା ପରିଷଦ ର କାର୍ଯ୍ୟକ୍ରମ ସମୂହ କୁ ଭୂୟସୀ ପ୍ରଶଂସା କରିଥିଲେ ।

- Advertisement -

ଏହି ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି  କଳା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । କୁନି କଳାକାର ମାନଙ୍କ ଅଭିଭାବକ ଓ ଅଭିଭାବକ ମାନଙ୍କୁ  ମଧ୍ୟ ମଞ୍ଚକୁ ସ୍ଵାଗତ କରାଯାଇଥିଲା । ପରିଶେଷରେ ଶିଶୁ କଳାକାର  ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଓଡିଶୀ,ସମ୍ବଲପୁରୀ,ହିନ୍ଦୀ ପପ୍ ଆଦି ନୃତ୍ୟରେ  ଦର୍ଶକ ଯୁମି ଉଠି ଥିଲେ । ସମସ୍ତ କର୍ମକର୍ତ୍ତା ଓ ଅଭିଭାବକ ମାନେ ଏହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ ।

Hot this week

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

Related Articles

Popular Categories