www.samajalive.in
Tuesday, December 9, 2025
16.1 C
Bhubaneswar

ବ୍ରାହ୍ମୀ ଇନ୍‍ଷ୍ଟିଚ୍ୟୁଟ ଅଫ୍‍ ଚିଲଡ୍ରେନ କେନ୍ଦୁଝର ପୁରସ୍କୃତ

କେନ୍ଦୁଝରଗଡ଼: ଆବାକସ ଓ ବୈଦିକ ଗଣିତ ଶିକ୍ଷା କ୍ଷେତ୍ରରେ କେନ୍ଦୁଝର ଜିଲାର ଅଗ୍ରଣୀ ଅନୁଷ୍ଠାନ ବ୍ରାହ୍ମୀ ଇନଷ୍ଟିଚ୍ୟୁଟ ଅଫ ଚିଲଡ୍ରେନ ଭୁବନେଶ୍ୱରସ୍ଥିତ ଆଶାନୀ ଆବାକଶ ସଂସ୍ଥା ସହିତ ଅନୁବନ୍ଧିତ ହୋଇ ଶିକ୍ଷାଦାନରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛି। ଚଳିତମାସ ୭ ତାରିଖରେ ଭୁବନେଶ୍ୱର ସିୱାଇଏସଡି ପରିସରରେ ଆଶାନୀ ଆବାକସର ବାର୍ଷିକ ଉସବରେ ୨୦୨୩-୨୪ ବର୍ଷ ପାଇଁ ଶ୍ରେଷ୍ଠ ଅନୁଷ୍ଠାନ ଭାବେ ବ୍ରାହ୍ମୀ ଇନଷ୍ଟିଚ୍ୟୁଟ ଇନଷ୍ଟିଚ୍ୟୁଟ ଅଫ ଚିଲଡ୍ରେନ କେନ୍ଦୁଝରକୁ ପୁରସ୍କୃତ କରାଯାଇଛି । ଅନୁଷ୍ଠାନର ନିର୍ଦେଶକ ଇଂ ଅମରବର ଖଟୁଆ, ନିର୍ଦେଶିକା ଗୀତାଞ୍ଜାଳୀ ରାଉତ ଆଶାନୀ ଆବାକଶ ପରିବାରକୁ ଏହି ଅବସରରେ କୃତଜ୍ଞତା ଜ୍ଞାପନ କରିଛନ୍ତି । ବ୍ରାହ୍ମୀ ଇନଷ୍ଟିଚ୍ୟୁଟ ଅଫ ଚିଲଡ଼ରେନର ୧୭ଜଣ ଛାତ୍ରଛାତ୍ରୀ ପ୍ରାନ୍ତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।

ସେଥିମଧ୍ୟରୁ ସାଇ ନିଲାଂଶୁ ମହାନ୍ତ ଓ ସମର୍ଥ ସିଂ ଭାଟିଆ ସୁପର ଚମ୍ପିୟାନ, ଦୀକ୍ଷିତା ମଙ୍ଗରାଜ, ଦ୍ୟୁତିଅର୍ଣ୍ଣା ଦେବଦର୍ଶିନୀ, ଆଦ୍ୟଶା ଜେନା, ସାଇପ୍ରତିମ ପ୍ରକାଶ ମିଶ୍ର ଚମ୍ପିୟାନ ହୋଇଛନ୍ତି। ବୈଦିକ ଗଣିତ କ୍ଷେତ୍ରରେ ଆୟନ୍ସ ଜେନା ଓ ପ୍ରୀତିପ୍ରଜ୍ଞା ବାରିକ ସୁପର ଚମ୍ପିୟାନ, ଆବାକସ ଓ ବୈଦିକ ଗଣିତରେ ଭୈରବ ବାରିକ, ତାନଭି ମହାନ୍ତ, ଆକୃତି ସୁଚରିତା ସାହୁ, ହିମାଂସି ଓଝା, ଅକ୍ଷରାନ୍ସ ବଳବନ୍ତରାୟ, ସୌମ୍ୟ ରଞ୍ଜନ ମହାନ୍ତ, ପ୍ରଲିପ୍ତା ପ୍ରିୟଦର୍ଶିନୀ ରାଉତ, ପ୍ରତ୍ୟୁଷ ରଞ୍ଜନ ରାଉତ, ସାଇସ୍ମିତା ପରିଡା ପୁରସ୍କୃତ ହୋଇଛନ୍ତି। ଅନୁଷ୍ଠାନର ଅଧ୍ୟକ୍ଷା ସୀତା ନାୟକ ଓ ଆବାକାଶ ଶିକ୍ଷକ ସୁଦାମ ନାୟକ ଅନୁଷ୍ଠାନର ଏହି ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories