www.samajalive.in
Friday, December 12, 2025
27.1 C
Bhubaneswar

୭ ବିଶ୍ୱବିଦ୍ୟାଳୟରେ ଖୋଲିଛି ଆଇଏଏସ କୋଚିଂ ସେଣ୍ଟର

ଭୁବନେଶ୍ୱର : ରାଜ୍ୟର ୭ଟି ବିଶ୍ୱବିଦ୍ୟାଳୟରେ ଆଇଏଏସ କୋଚିଂ ସେଣ୍ଟର ଖୋଲାଯାଇଛି। ଏହାବ୍ୟତୀତ ସ୍ୱତନ୍ତ୍ର ଆଇଏଏସ କୋଚିଂ ସେଣ୍ଟର ପ୍ରତିଷ୍ଠା ପାଇଁ ଆଗ୍ରହୀ ସଂସ୍ଥାଗୁଡ଼ିକୁ ସରକାର ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦେବେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି।
ଉତ୍କଳ, ବ୍ରହ୍ମପୁର, ସମ୍ବଲପୁର, ଗଙ୍ଗାଧର ମେହର, ଫକିରମୋହନ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସହ ରମାଦେବୀ ବିଶ୍ୱବିଦ୍ୟାଳୟରେ ଆଇଏଏସ କୋଚିଂ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଥିବା ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି। ଏହାବ୍ୟତୀତ ବିଭିନ୍ନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ବି କୋଚିଂ ସେଣ୍ଟର ଖୋଲିଛି। ଖାଲିଥିବା ଅଧ୍ୟାପକ ପଦ ପୂରଣ ନେଇ ସରକାର ପଦକ୍ଷେପ ନେଇଥିବା ସେ କହିଛନ୍ତି। ଡିଗ୍ରୀ କଲେଜଗୁଡ଼ିକରେ ଖାଲିଥିବା ଅଧ୍ୟାପକ ପଦ ମଧ୍ୟରୁ ୪୦୭ଟି ପଦରେ ନିଯୁକ୍ତି ପ୍ରଦାନ କରାଯାଇଛି। ୪୨୬ଟି ପଦ ପୂରଣ ନିମନ୍ତେ ଓଡ଼ିଶା ଲୋକସେବା ଆୟୋଗକୁ ଅନୁରୋଧ କରାଯାଇଛି। ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ସିଲେକ୍ସନ ବୋର୍ଡ ମାଧ୍ୟମରେ ୧୬୨୫ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ୮୩୩ଟି ପଦ ପୂରଣ ନେଇ ବିଜ୍ଞାପନ ପ୍ରକାଶ ପାଇଥିବା ସେ କହିଛନ୍ତି।
ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଖାଲିଥିବା ୩୧୭ ସହଯୋଗୀ ଓ ସହକାରୀ ପ୍ରଫେସର ପଦ ପୂରଣ ନିମନ୍ତେ ପଦକ୍ଷେପ ନିଆଯାଇଛି। ସର୍ବୋଚ୍ଚ ନ୍ୟାୟାଳୟରେ ସଂରକ୍ଷଣ ନୀତି ଉପରେ ମାମଲା ବିଚାରାଧୀନ ଥିବାରୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗଙ୍କ ନିର୍ଦେଶକ୍ରମେ ନିଯୁକ୍ତି ପ୍ରକ୍ରିୟା ସାମୟିକ ଭାବେ ସ୍ଥଗିତ ରହିଛି। ଅନ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅଧ୍ୟାପକ ନିଯୁକ୍ତିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୭୭ଟି ପଦବୀ ସୃଷ୍ଟି କରିବାକୁ ଅନୁମୋଦନ ଦେଇଛନ୍ତି। ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ନିମନ୍ତେ ୨୦୧୭ ମସିହାରେ ସରକାର ୫ଟି କମିଟି ଗଠନ କରି ମହାବିଦ୍ୟାଳୟର ପାଠ୍ୟକ୍ରମରେ ସଂସ୍କାର ନେଇ ପଦକ୍ଷେପ ନେଉଥିବା ସେ କହିଛନ୍ତି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories