www.samajalive.in
Wednesday, December 10, 2025
23.1 C
Bhubaneswar

ଜିମସାରରେ ହାତୀ – ଭାଙ୍ଗିଲେ ୪୦ଫୁଟ ପାଚେରୀ

ଗୁରୁଡ଼ିଝାଟିଆ: ହାତୀପଲଙ୍କ ଗତିବିଧି ଅନୁଧ୍ୟାନ କରିବାରେ ବନ ବିଭାଗ ଏକ ପ୍ରକାର ବିଫଳ ହୋଇଛି। ସନ୍ଧ୍ୟା ହେଲେ ହାତୀପଲ ଖୁଣ୍ଟୁଣୀ ଓ ଆଠଗଡ଼ ବନାଞ୍ଚଳରେ ଗାଁଗହଳରେ ପଶି ଉତ୍ପାତ କରୁଛନ୍ତି। ହାତଗଣତି ଠିକା କର୍ମଚାରୀ ହାତୀଜଗୁଆଳି ଉପରେ ଦାୟିତ୍ୱ ନ୍ୟସ୍ତ କରି ବିଭାଗୀୟ ଅଧିକାରୀମାନେ କୁମ୍ଭକର୍ଣ୍ଣ ନିଦ୍ରା ଯାଉଛନ୍ତି ବୋଲି ସାଧାରଣରେ ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ହାତୀପଲ ମାଧପୁରସ୍ଥିତ ଗୋପବନ୍ଧୁ ଚିକିତ୍ସାଳୟର ପାଚେରୀ ଭାଙ୍ଗି ପରିସରରେ ପଶି ୮ଟି ଆମ୍ଭଗଛ, କଦଳୀ ଗଛ ଓ ଔଷଧିୟ ବୃକ୍ଷ ଆଦି ଭାଙ୍ଗି ନଷ୍ଟ କରିଦେଇଛନ୍ତି। ଚିକିତ୍ସାଳୟର ପୂର୍ବପାର୍ଶ୍ବରେ ୪୦ଫୁଟ ସୁଦୃଢ ପାଚେରୀକୁ ଭାଙ୍ଗିଦେଇଥିଲେ। ଏହାପରେ ପରିସରରେ ଇତସ୍ତତ ହୋଇବୁଲି ଜଳଯୋଗାଣ ପାଇପକୁ କୁଦି ଭାଙ୍ଗିଦେଇଛନ୍ତି। ଚିକିତ୍ସାଳୟ ପରିସରରେ ହାତୀ ପଶି ଭୟଭୀତ ପରିସ୍ଥିତି ସୃଷ୍ଟି କରିଥିଲେ ମଧ୍ୟ କୌଣସି ବନ ବିଭାଗ କର୍ମଚାରୀଙ୍କ ଦେଖାନଥିଲା। ମୋଟାମୋଟି କହିବାକୁ ଗଲେ ହାତୀମାନଙ୍କ ଗତିବିଧି, ସୁରକ୍ଷା ଓ ଲୋକମାନଙ୍କୁ ହାତୀର ଅବସ୍ଥିତି ସଂପର୍କରେ ବନବିଭାଗ ସତର୍କତା ସୁତନା ସଠିକ ଭାବରେ ପ୍ରଦାନ କରୁନାହାନ୍ତି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories