www.samajalive.in
Saturday, December 13, 2025
26.1 C
Bhubaneswar

ଆନ୍ଦୋଳନରୁ ଓହରିଲା ରାଜ୍ୟ ଡ୍ରାଇଭର ସଂଘ

ଭୁବନେଶ୍ବର: ରାଜ୍ୟରେ ଡାକରା ଦିଆଯାଇଥିବା ଆନ୍ଦୋଳନକୁ ଓଡ଼ିଶା ଚାଳକ ମହାସଂଘ ସ୍ଥଗିତ ରଖିଛି। ସରକାରଙ୍କ ଆହ୍ବାନ ପରେ ଆନ୍ଦୋଳନରୁ ଓହରିବାକୁ ରାଜ୍ୟ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ଆହ୍ବାନ ଦେଇଛନ୍ତି। ଭିଡିଓ ଜାରି କରି ଚାଳକମାନଙ୍କୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନରୁ ଓହରିବାକୁ ଆହ୍ବାନ ଦେଇଛନ୍ତି। ମହାସଂଘ ସଭାପତି ଶ୍ରୀ ମେଣ୍ଡୁଲି କହିଛନ୍ତି ଯେ ରାଜ୍ୟ ସରକାର ଆମ ଦାବି ଶୁଣିଛନ୍ତି, ତେଣୁ ଆନ୍ଦୋଳନରୁ ଓହରି ଯିବାକୁ ନିଷ୍ପତ୍ତି ନେଇଛୁ। ସୋମବାର କେନ୍ଦ୍ର ଆଇନ ବିଷୟରେ ଆଲୋଚନା କରିବୁ। ଅନ୍ୟ ୨୮ ରାଜ୍ୟ ଆନ୍ଦୋଳନରେ ସାମିଲ ନ ଥିବାରୁ ଓହରିବାକୁ ନିଷ୍ପତ୍ତି ନିଆଯାଇଛି।

ସେହିପରି ଡ୍ରାଇଭର ସଂଘ କୋଷାଧ୍ୟକ୍ଷ ଆଦିତ୍ୟ ବେହେରା ରାଜ୍ୟ ଚାଳକ ସଂଘ ଆନ୍ଦୋଳନରୁ ଓହରିବା ନେଇ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଯାଇଛୁ। ରାଜ୍ୟ ସରକାରଙ୍କ ନିକଟରେ ଥିବା ଦାବି ୨ଟି ପୂରଣ ହୋଇଛି। ତତ୍‌କ୍ଷଣାତ ଗାଡ଼ି ଚଳାଚଳ ସ୍ବଭାବିକ କରାଯାଇଛି। ରାଜ୍ୟ ସରକାର ୨ଟି ଦାବି ପୂରଣ କରିଥିବାରୁ ଆନ୍ଦୋଳନରୁ ଓହରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories