www.samajalive.in
Saturday, December 13, 2025
26.1 C
Bhubaneswar

ନିୟମିତ ସେବନ କଲେ ଏହି ପତ୍ର ; ଦୂରରେ ରହିବ ରକ୍ତଚାପ,କର୍କଟ

ଘରର ଅଗଣାରେ ଥିବା ତୁଳସୀ ବୃକ୍ଷ ଖୁବ୍‌‌ ଚମତ୍କାରୀ। ଏହାର ଧାର୍ମିକ ସହ ଔଷଧୀୟ ଗୁଣ ରହିଛି। ତୁଳସୀଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଜୀବନରେ ଥିବା ଅନେକ ସମସ୍ୟା ଦୂର ହୋଇଥାଏ। ସେଭଳି ଏହାର ଅନେକ ଔଷଧୀୟ ଗୁଣ ରହିଛି। ନିୟମିତ ଏହାର ସେବନ କଲେ ସ୍ୱାସ୍ଥ୍ୟ ସହ ଜଡିତ ଅନେକ ସମସ୍ୟା,ରୋଗ ଦୂର ହୋଇଥାଏ। ରକ୍ତଚାପ, ଥଣ୍ଡାକାଶ, ଜ୍ୱର ବ୍ୟତୀତ ରକ୍ତକୁ ପରିସ୍କାର କରିବାରେ ବେଶ ସହାୟକ ହୋଇଥାଏ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ତୁଳସୀ ପତ୍ରରେ ଆଣ୍ଟି ଫଙ୍ଗଲ, ଆଣ୍ଟି-ବ୍ୟାକ୍ଟେରିଅଲ ଆଦି ଗୁଣ ରହିଛି। ତେଣୁ ଏହା ପାଚନ ଶକ୍ତିକୁ ବୃଦ୍ଧି କରିବା ସହ ଏସିଡିଟି ସମସ୍ୟା, ପେଟରେ ଜଳାପୋଡା ଆଦି ସମସ୍ୟାକୁ ଦୂର କରିଥାଏ।
ନିୟମିତ ତୁଳସୀ ସେବନ କରିବା ଦ୍ୱାରା ମାନସିକ ଶାନ୍ତି ସହ ମାନସିକ ସୁସ୍ଥତା ମିଳିଥାଏ। ଦୁଃଶ୍ଚିନ୍ତା ଦୂର ହୋଇଥାଏ। ଡେଙ୍ଗୁ ଓ ମ୍ୟାଲେରିଆ ରୋଗ ହେବାର ସମ୍ଭାବନାକୁ ମଧ୍ୟ କମ୍‌‌ କରିଥାଏ। କାରଣ ତୁଳସୀପତ୍ର ସେବନ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ନିୟମିତ ତୁଳସୀ ପତ୍ର ସେବନ କଲେ କର୍କଟ ଓ ଉଚ୍ଚ ରକ୍ତଚାପ ସହ ଅନ୍ୟ ମାରାତ୍ମକ ରୋଗ ହେବାର ସମ୍ଭାବନା ଖୁବ୍‌‌ କମ୍‌‌ ଥାଏ।
ତୁଳସୀ ପତ୍ରରେ ଆଇରନ, କ୍ୟାଲସିୟମ, ଭିଟାମିନ୍‌‌ ଏ, ଭିଟାମିନ ସି ସହ ଅନ୍ୟାନ୍ୟ ଭିଟାମିନ୍‌‌ ପ୍ରଚୁର ମାତ୍ରାରେ ରହିଛି। ଏହା ଥଣ୍ଡାକାଶ, ଜ୍ୱର, ମୁଣ୍ଡବିନ୍ଧା, ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories