www.samajalive.in
Monday, December 8, 2025
27.1 C
Bhubaneswar

ବରିଷ୍ଠ ଅଧିକାରୀଙ୍କ ସହ ଶିଶୁଙ୍କ ଆଲୋଚନା ଚକ୍ର

ବୌଦ୍ଧ: ବୌଦ୍ଧ ମହାନଦୀ ପାର୍କ ସ୍ଥିତ କମୁନିଟି ସେଣ୍ଟରଠାରେ ଶହେରୁ ଉର୍ଦ୍ଧ୍ବ ଶିଶୁ ମାନଙ୍କୁ ନେଇ ଏକ ବାର୍ଷିକ ସମାବେଶ ଅନୁଷ୍ଠିତ ହୋଇଯାଇଅଛି। କାର୍ୟ୍ୟକ୍ରମରେ ପୃଷ୍ଠପୋଷକତା ତଥା ଅଣଆନୁଷ୍ଠାନିକ ଯତ୍ନ ଓ ସୁରକ୍ଷା ବ୍ୟବସ୍ଥା ଭିତରେ ରହୁଥିବା ଶିଶୁ ଓ ସେମାନଙ୍କର ଅଭିଭାବକ ଓ ଅଭିଭାବିକା ଏକତ୍ର ଭାବରେ ଯୋଗ ଦେଇଥିଲେ। ଉକ୍ତ କାର୍ୟ୍ୟକ୍ରମଟି ଏହିଭଳି ଶିଶୁ ମାନଙ୍କୁ ଏକ ମଂଚ ଯୋଗାଇଥିଲେ ଯେଉଁଥିରେ ଶିଶୁମାନେ ପରସ୍ପର ଭିତରେ ମିଳନ ଓ ଉଭୟ ଉଭୟଙ୍କୁ ଚିହ୍ନିବା ଓ ଜାଣିବାର ଏକ ସୁଯୋଗ ପାଇଥିଲେ। ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ, ୱାଇସିଡିଏର ସମ୍ପାଦକ ରାଜେନ୍ଦ୍ର ମେହେର, ଜିଲ୍ଲା ଶିଶୁ ମଙ୍ଗଳ ଅଧକ୍ଷ ଦାମୋଦର ସାହୁ ସଦସ୍ୟ ରାଜୀବ ନାୟକ, ପୁରାତନ ଅଧକ୍ଷ ସାକ୍ଷୀଗୋପାଳ ପ୍ରଧାନ, ଜିଲା ସମାଜ ମଙ୍ଗଳ ଅଧିକାରୀ ଗୋପାଳ ଚନ୍ଦ୍ର ମଲ୍ଲିକ, ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ପୂଜାହରି, ଜିଲା ମଙ୍ଗଳ ଅଧିକାରୀ ସୂର୍ୟ୍ୟ ନାରାୟଣ ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ ଶିଶୁ ମାନଙ୍କୁ ଉତ୍ସାହିତ କରିବା ସହ ବୌଦ୍ଧ ଜିଲ୍ଲା ପୃଷ୍ଠପୋଷକତା ବ୍ୟବସ୍ଥାକୁ ଆହୁରି କିପରି ଅଧିକରୁ ଅଧିକ ସଂଖ୍ୟାରେ ପରିବାର ଚୟନ ସହିତ ବିକଳ୍ପ ବ୍ୟବସ୍ଥାକୁ ଅପେକ୍ଷା କରିଥିବା ଶିଶମାନଙ୍କୁ କିପରି ଥଇଥାନ କରାଯାଇ ପାରିବ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ। କାର୍ୟ୍ୟକ୍ରମରେ ପରିବାରର କୋମଲମତି ଶିଶୁ ମାନଙ୍କୁ ୱାଇସିଡିଏ ଓ ଏଲଡବ୍ଲୁବି ତରଫରୁ ଶୀତ ବସ୍ତ୍ର ତଥା କମ୍ବଳ, ସ୍ୱିଟର ଏବଂ ସ୍କୁଲବ୍ୟାଗ ସହିତ ଜିଲା ମଙ୍ଗଳ ବିଭାଗ ଦ୍ୱାରା ଶିଶୁମାନଙ୍କୁ ଶୀତ ପାଇଁ ଟୋପି ଶିଶୁ ମାନଙ୍କୁ ପ୍ରଦାନ କରାଯାଇ ଥିଲା।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories