www.samajalive.in
Monday, December 8, 2025
27.1 C
Bhubaneswar

ବୌଦ୍ଧ ମହୋତ୍ସବ, ପଲ୍ଳିଶ୍ରୀ ମେଳା ଓ ବୟନିକା ହସ୍ତତନ୍ତ ପ୍ରଦର୍ଶନୀ ମେଳାର ଚତୁର୍ଥ ସନ୍ଧ୍ୟା

ବୌଦ୍ଧ: ପରାମ୍ପରା ଓ ସଂସ୍କୃତିର ବାର୍ତ୍ତା ନେଇ ବୌଦ୍ଧ ସହରର କଚେରୀ ପଡ଼ିଆ ଠାରେ ଚାଲିଥିବା ବୌଦ୍ଧ ମହୋତ୍ସବ ପଲ୍ଳୀଶ୍ରୀ ମେଳା ଓ ବୟନିକା ହସ୍ତତନ୍ତ ପ୍ରଦର୍ଶନୀ ଚତୁର୍ଥ ଦିନରେ ପହଞ୍ଚଛି। ଚତୁର୍ଥ ସନ୍ଧ୍ୟାରେ ଆୟାଜିତ ସଭାରେ ଉପଜିଲାପାଳ ରବୀନ୍ଦ୍ରନାଥ କହଁରଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଂଜନ ପୁଜାରୀ, ସମ୍ମାନୀତ ଅତିଥିଭାବେ ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ ଯୋଗ ଦେଇଥିବା ବେଳେ ଅତିରିକ୍ତ ଜିଲାପାଳ ଦାରିଦ୍ର୍ୟ ଭଂଜନ ମଦନ ମୋହନ ପାତ୍ର, ଜିଲା ସଂସ୍କୃତି ଅଧିକାରୀ ଚନ୍ଦ୍ରକାନ୍ତ ବେହେରା ମଞ୍ଚାସୀନ ଥିଲେ। ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ପୁଜାରୀ ବୌଦ୍ଧ ଏକ ପୁରାତନ ଐତିହାସିକ କ୍ଷେତ୍ର ଏହାର ଇତିହାସ ଅତି ପ୍ରାଚୀନ ବୋଲି କହିବାସହ କିମ୍ବଦନ୍ତୀ ଅନୁଯାୟୀ ଅଷ୍ଟମ ଶତାଦ୍ଦୀରେ ନିର୍ମିତ ବୌଦ୍ଧର ଚାରିଶମ୍ଭୁ ମନ୍ଦିର ଏହାର ପ୍ରମାଣ ବୋଲି ମତବ୍ୟକ୍ତ କରିଥିଲେ।

ଚତୁର୍ଥ ସନ୍ଧ୍ୟାରେ ବୌଦ୍ଧର ଗେହ୍ଳାମା କଳାନିକତେନ ପକ୍ଷରୁ କ୍ଳାସିକାଲ ଫ୍ୟୁଜନ, ବଲାଙ୍ଗିର ଲୋଇସିଙ୍ଗା ର ଶଙ୍କର ବେହେରା ଓ ସାଥି ପକ୍ଷରୁ ସମ୍ବଲପୁରୀ ନୃତ୍ୟ, ବୌଦ୍ଧର ଗନ୍ଧରାଢୀ କଳାପରିଷଦ ଚାରିଶମ୍ଭୁ ପକ୍ଷରୁ ଫୋକ ଡ୍ୟାନ୍ସ, ସୋନପୁର ନୁରବେଗମ ଅନୁଷ୍ଠାନ ପକ୍ଷରୁ ସଙ୍ଗିତ, ବଲାଙ୍ଗିର ତୁଷରାର କୃଷ୍ଣପ୍ରିୟା କଳାପରିଷଦ ପକ୍ଷରୁ ଘୁଡୁକା, ଜୟପୁର କୋରାପୁଟ ପ୍ରେରଣା ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଓଡିଶୀ, ବୌଦ୍ଧ ଢୋଲ ନିଶାନ କଳା ପରିଷଦ ମାତୃ ମଣ୍ଡଳି ପକ୍ଷରୁ ସମ୍ବଲପୁରୀ ନୃତ୍ୟ ପରିବେଷିତ ହୋଇଥିଲା। ମହୋତ୍ସବକୁ ଅଧିକ ସରସ ସୁନ୍ଦର କରିବାକୁ ବୟନିକାର ରାଜ୍ୟସ୍ତରୀୟ ହସ୍ତତନ୍ତ ପ୍ରଦର୍ଶନୀ ମେଳା ପଡ଼ିଥିବା ବେଳେ ବିଭିନ୍ନ ଟେରାକୋଟା କାର୍ଯ୍ୟ, ସ୍ୱ୍ରୟଂସହାୟକ ଦଳ ଗୁଡିକ ପକ୍ଷରୁ ଘରକରଣା ଜିନିଷ, ବିଭନ୍ନ ପ୍ରକାର ଖାଦ୍ୟର ମଜା ଦର୍ଶକ ନେଇଥିଲେ। ଶୀତ ସତ୍ୱେ ମହୋତ୍ସବ ଦେଖିବାକୁ ଲୋକଙ୍କ ପ୍ରବଳ ଗହଳି ଲାଗି ରହୁଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories