ଭବାନୀପାଟଣା: ଭବାନୀପାଟଣା ସଦର ଥାନା ଅଂଚଳର ଦୁଇଟି ଭିନ୍ନ ଭିନ୍ନ ଗାଁର ଦୁଇ ନାବାଳିକାଙ୍କୁ ପୃଥକ୍ ପୃଥକ୍ ଦୁଷ୍କର୍ମ କରାଯାଇଥିବା ଥାନାରେ ଆଜି ଅଭିଯୋଗ ହେଇଛି। ଉଭୟ ନାବାଳିକାଙ୍କ ପରୀକ୍ଷା ପାଇଁ ସହିଦ ରେଣ୍ଡୋ ମାଝୀ ଭେଷଜ ମହାବିଦ୍ୟାଳୟକୁ ସ୍ଥାନାନ୍ତାର କରାଯାଇଛି। ନର୍ଲା ଯିବା ରାସ୍ତାରେ ସହର ଉପକଣ୍ଠର ଏକ ଗାଆଁର ଜଣେ ମୁକ ନାବାଳିକା ୫ ମାସର ଗର୍ଭବତୀ ଜଣାପଡିଛି। ସେହିଭଳି ଥୁଆମୂଳ ରାମପୁର ଯିବା ରାସ୍ତାରେ ଥିବା ଏକ ଗାଁର ଜଣେ ନାବାଳିକାକୁ ବିବାହ ପ୍ରଲୋଭନ ଦେଖାଇ ଜଣେ ବ୍ୟକ୍ତି ଦୁଷ୍କର୍ମ କରିଥିବା ସଦର ଥାନାରେ ଅଭିଯୋଗ ହେଇଛି। ସଦର ଥାନା ପୁଲିସ ଘଟଣାର ତଦନ୍ତ କରୁଛି।
Popular Categories



