ମା ଗୃହ ୱାଡେନ୍ ଲକ୍ଷ୍ମୀ ମାଝି ମୃତ୍ୟୁ ଘଟଣା ;୧୨ ଘଣ୍ଟିଆ ରାୟଗଡା ବନ୍ଦ
ରାୟଗଡା : ତେଜୁଛି ମା ଗୃହ ୱାଡେନ୍ ଲକ୍ଷ୍ମୀ ମାଝି ମୃତ୍ୟୁ ଘଟଣା । ସିବିଆଇ ତଦନ୍ତ ଦାବିରେ ଆଦିବାସୀ ମହାସଂଘ ପକ୍ଷରୁ ଶୁକ୍ରବାର ୧୨ ଘଣ୍ଟିଆ ରାୟଗଡା ଜିଲା ବନ୍ଦ ଡାକରା ଦିଆଯାଇଛି। ଏଥିଲାଗି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ ଜାରି ରହିବ । ବନ୍ଦ ପାଳନ ଯୋଗୁଁ ଜିଲାରେ ପ୍ରାୟ ସବୁ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକ ବନ୍ଦ ରହିଛି। ଦୋକାନ ବଜାର ସହ ଗାଡି ମଟର ଚଳାଚଳ ବି ପୁରା ଠପ୍ ହୋଇଯାଇଛି।
ସୂଚନା ମୂତାବକ ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁକୁ ୧୬ ଦିନ ବିତିଯାଇଛି। ଏର୍ଯ୍ୟନ୍ତ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ। ସେପଟେ ଏହି ଘଟଣାରେ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କର ହାତ ଥିବାରୁ ସରକାର ଏହାକୁ ଘଣ୍ଟ ଘୋଡାଉଥିବା ଅଭିଯୋଗ କରିଛି ସଂଘ । ତେଣୁ ମାମଲାର ସିବିଆଇ ତଦନ୍ତ ଦାବି କରି ଜିଲା ଆଦିବାସୀ ମହାସଂଘ ଜିଲାରେ ବନ୍ଦ ଡାକରା ଦେଇଛି।
Comments are closed.