ରାୟଗଡା : ରାସ୍ତା କଡରୁ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି। ସାଇକ୍ରିୟାନଗର ୯ମ ଲେନ୍ରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏହି ମୃତଦେହ ଉଦ୍ଧାର ହୋଇଛି। ମୃତକ ଏକ ହୋଟେଲରେ କାମ କରୁଥିଲେ। ଗତକାଲି ଠାରୁ ସେ ନିଖୋଜ ଥିଲେ। ଯୁବକଙ୍କ ହତ୍ୟା କରାଯାଇଥିବା ନେଇ ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।
Popular Categories



