www.samajalive.in
Friday, November 14, 2025
25.1 C
Bhubaneswar

ରାତିରେ କାକୁଡି ଖାଉଥିଲେ..

ରାତିରେ ଆମେ ଭୋଜନରେ ଅନେକ ଖାଦ୍ୟ ଖାଇଥାଉ। ତାହା ହଜମ ହେବା ପାଇଁ ଅନେକ ସମୟ ଲାଗିଥାଏ। ବେଳେବେଳେ ଅଧିକ ଖାଦ୍ୟ ଖାଇବା ଦ୍ୱାରା ନିଦ ଠିକ ଭାବେ ହୋଇନଥାଏ। କାକୁଡିରେ ଭିଟାମିନ-କେ, ଆଣ୍ଟି-ଅକ୍ସିଡାଣ୍ଟ ରହିଛି। ଏହା ମସ୍ତିଷ୍କକୁ ସୁସ୍ଥ ରଖିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି , ରାତିରେ କାକୁଡି ଖାଇବା ଅନୁଚିତ। ଆସନ୍ତୁ ଜାଣିବାର ଏହାର କାରଣ କ’ଣ..

କାକୁଡିରେ ପାଣିର ମାତ୍ରା ଅଧିକ ରହିଛି। ତେଣୁ କାକୁଡି ଖାଇବା ଦ୍ୱାରା ପେଟ ଅଧିକ ଭର୍ତ୍ତି ହେଲା ପରି ଲାଗିଥାଏ। ନିଦ ହେବାରେ ମଧ୍ୟ ସମସ୍ୟା ଦେଖା ଦେଇଥାଏ।
ଯେଉଁ ବ୍ୟକ୍ତିମାନଙ୍କର ହଜମ ପ୍ରକ୍ରିୟାରେ ସମସ୍ୟା ରହିଥାଏ ସେମାନେ ରାତିରେ କାକୁଡି ଖାଇବା ଅନୁଚିତ। ଏହା ଶରୀରରେ ଅନେକ ସମସ୍ୟା ସୃଷ୍ଟି କରିଥାଏ।

- Advertisement -

କାକୁଡି ଖାଇବାର ସଠିକ ନିୟମ :
ରାତି ଅପେକ୍ଷା କାକୁଡିକୁ ଦିନରେ ଖାଇବା ଉଚିତ। କାକୁଡି ଖାଇବା ସଙ୍ଗେ ସଙ୍ଗେ ପାଣି ପିଇବା ଅନୁଚିତ। କାରଣ କାକୁଡିରେ ସଠିକ ମାତ୍ରାରେ ପାଣି ରହିଛି। କାକୁଡି ଖାଇବା ପରେ ପାଣି ପିଇବା ଦ୍ୱାରା ଶରୀରକୁ ଅଧିକ ଲାଭ ମିଳିନଥାଏ।
କାକୁଡିକୁ ସର୍ବଦା ଖାଦ୍ୟ ଖାଇବାର ୨୦ ରୁ ୩୦ ମିନିଟ ପୂର୍ବରୁ ଖାଇବା ଉଚିତ।
ରାତିରେ ଭଲ ନିଦ ପାଇଁ ହାଲୁକା ଓ ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ଖାଆନ୍ତୁ।

Hot this week

୬ ରାଜ୍ୟର ୮ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଭୋଟ ଗଣତି

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ଫଳାଫଳ ସହିତ ଆଜି...

ରାଘୋପୁରରେ ତେଜସ୍ୱୀ ଯାଦବ ପଛରେ, ଏନଡିଏ ୧୯୨ ଆସନରେ ଆଗୁଆ

ଡେସ୍କ: ଶୁକ୍ରବାର ସକାଳ ୮ଟାରେ ଗୁରୁତ୍ୱପୂର୍ଣ୍ଣ ବିହାର ବିଧାନସଭା ନିର୍ବାଚନ ପାଇଁ...

ବିହାର ଜନାଦେଶ: ୧୯୦ ସିଟରେ ଆଗୁଆ ଏନଡିଏ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି...

୭ମ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୩୬, ୦୮୮ ଭୋଟ୍

ନୂଆପଡ଼ା: ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ।...

Related Articles

Popular Categories