www.samajalive.in
Saturday, December 13, 2025
26.1 C
Bhubaneswar

୬ ଜାନୁୟାରୀ, ୧୯୩୪ ସମାଜରେ ବାହାରିଥିବା ଖବର

ସମ୍ବଲପୁର ସମ୍ବାଦ
ବାଲ୍ୟବିବାହ ବନ୍ଦ
ରମ୍ପେଲା, ୪।୧।୩୪:ଗଲା ୩୧ତାରିଖ ବାଲ୍ୟବିବାହ ନିରୋଧ ପାଇଁ ଗଢ଼ାଯାଇଥିବା ସଂଘର ଏକ ବୈଠକ ହୋଇଥିଲା। ରମ୍ପେଲା, ରମେଲା, ଚାରପାଲି, ପଟାପାଲି ପ୍ରଭୃତିରୁ ପ୍ରତିନିଧିମାନେ ଆସି ଯୋଗ ଦେଇଥିଲେ। ଚାରପାଲିର ଜଣେ ଲୋକର ୯ବର୍ଷର କନ୍ୟା ବାଲିଜଂଘାର ଜଣକର ୧୧ବର୍ଷର ପୁଅ ସଙ୍ଗେ ବିବାହ ହୋଇଥିବାରୁ ତାଙ୍କ ସାଙ୍ଗରେ ନାଲିସ କରିବାର ବିଚାର କଲେ।
ଖାଦ୍ୟାଭାବରେ ଆତ୍ମହତ୍ୟା
ଫରିଦପୁର, ୪।୧।୩୪:ଏ ଜିଲାର ସାକେଲ ଗ୍ରାମର ଜବର ମିଆଁ ନାମକ ୩୦ ବର୍ଷର ଜଣେ ଯୁବକ ପହିଲାଦିନ ଦୁଇଟାବେଳେ ଗୋଟିଏ ଗଛରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛି। ଗୋଟିଏ ଗାଈ ଜଗା ପିଲା ଗାଈ ଖୋଜୁଖୋଜୁ ଏହାକୁ ଦେଖି ତା’ର ଆତ୍ମୀୟ ସ୍ବଜନମାନଙ୍କୁ କହିଲା। ସେମାନେ ଆସି ଦୌଡ଼ି କାଟିଦେଲେ, ମାତ୍ର ଶବ ଦେହରେ ପ୍ରାଣ ନଥିଲା। ନିଜର ପରିବାରକୁ ଆବଶ୍ୟକ ପରିମାଣର ଖାଦ୍ୟ ଯୋଗାଇବା ପାଇଁ ଅସମର୍ଥ ହୋଇ ଯୁବକଟି ଏପରି ଆତ୍ମହତ୍ୟା କରିଥିବାର ଜଣାଯାଏ।
ଭାରତୀୟ ସୈନ୍ୟବିଭାଗୀୟ ବିଦ୍ୟାଳୟ
ନିଉଦିଲ୍ଲୀ, ୩।୧।୩୪:ଡେରାଡୁନ୍‌ଠାରେ ଖୋଲା ହୋଇଥିବା ସାମରିକ ଶିକ୍ଷା ସ୍କୁଲରେ କେତେଜଣ ଛାତ୍ର ରହିବାର ବ୍ୟବସ୍ଥା ହୋଇଛି ଠିକ୍ ସେତିକି ଛାତ୍ର ଯେପରି ସବୁବେଳେ ରହନ୍ତି, ସେଥିପାଇଁ ବିଶେଷ ନଜର୍ ଦିଆଯାଉଛି। କୌଣସି ଛାତ୍ର କୌଣସି କାରଣରୁ ସ୍କୁଲ ଛାଡ଼ି ଚାଲିଗଲେ, ଅବିଳମ୍ବେ ତାଙ୍କ ଖାଲି ସ୍ଥାନରେ ଅଧେ ଛାତ୍ର ନିଆଯିବାର ବ୍ୟବସ୍ଥା ହେଉଛି।
ସଙ୍ଗେସଙ୍ଗେ ଦର ବଢ଼ିଲା
ବମ୍ବେ, ୪।୧।୩୪:ଆଜି ଏଠାରେ ଭାରତ-ଜାପାନ ଚୁକ୍ତି ପହଞ୍ଚିବା ମା​‌େ​‌ତ୍ର ତୁଳା ବଜାରରେ ଦର ବଢ଼ିଗଲା। ଦିନକ ଭିତରେ ୫୦ହଜାର ଗାଣ୍ଠି ତୁଳା ଚଢ଼ା ଦରରେ ବିକ୍ରି ହୋଇଗଲା। ତୁଳା ବେପାରୀଙ୍କ ମନରେ ଅବଶ୍ୟ ଆନନ୍ଦ ଆସୁଛି, କିନ୍ତୁ କଳ ଲୁଗାବାଲାଙ୍କର ଏଥିରେ ଖୁସି ନାହିଁ। ସେ କହୁଛନ୍ତି ଯେ ବିଲାତ ଲଙ୍କାଶାୟାର ବାଲା ଭାରତକୁ ଘାଟରେ ପକାଇ ଭଲ ସୁବିଧା କରିନେଲେ। କପଡ଼ା କାରବାରରେ ବିଲାତର ଲାଭ ନିଖୁଣ ରହିଲା, ଅଥଚ ଭାରତର କପଡ଼ା କାରବାରରେ ଜୋର୍ ପ୍ରତିଯୋଗିତା ହେବ। ଭାରତର ଲାଭ ଅତି ସାମାନ୍ୟ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories