www.samajalive.in
Saturday, December 13, 2025
26.1 C
Bhubaneswar

ହରଭଙ୍ଗାରେ ବ୍ଳକ ସ୍ତରୀୟ କ୍ରୀଡା ଉତ୍ସବ ଉଦଘାଟିତ

ହରଭଙ୍ଗା : ବୌଦ୍ଧ ଜିଲା ହରଭଙ୍ଗା ବ୍ଳକରେ ବ୍ଳକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଗୁରୁବାର ପୁରୁଣାକଟକ ମିନିଷ୍ଟାଡିୟମଠାରେ ଉଦଘାଟିତ ହୋଇଯାଇଛି। ହରଭଙ୍ଗା ବିଡିଓ ସ୍ୱପ୍ନିତା ନାଏକଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ହରଭଙ୍ଗା ବ୍ଳକ ଅଧକ୍ଷ୍ୟା ସ୍ନେହଲତା ପ୍ରଧାନ, ସମ୍ମାନୀତ ଅତିଥି ଭାବେ ବ୍ଳକ ଉପାଧକ୍ଷ୍ୟ ସରୋଜ କୁମାର ପ୍ରଧାନ , ପୁରୁଣାକଟକ ସରପଞ୍ଚ ଅଶୋକ ସେଠୀ, ପିତାମ୍ବରପୁର ସରପଞ୍ଚ ଅଜିତ କୁମାର ବାରିକ, କରଂଜକଟା ସରପଞ୍ଚ ନିହାର ଘୋଷ ଯୋଗଦେଇଥିଲେ।

କ୍ରୀଡା ଉତ୍ସବ ଉଦଘାଟନ ପୁର୍ବରୁ ମାଭୈରବୀଙ୍କ ପିଠରେ ପୁଜାର୍ଚ୍ଚନା କରିବାପରେ ମାଙ୍କ ପିଠରୁ ମଶାଲ ଶୋଭାଯାତ୍ରା ବାହାରି ଷ୍ଟାଡିୟମଠାରେ ପହଞ୍ଚିବା ପରେ ଅତିଥିମାନଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା। କ୍ରୀଡା ପ୍ରତିଯୋଗିତାରେ ବ୍ଳକର ସମସ୍ତ ପଞ୍ଚାୟତ ଗୁଡିକରୁ ପ୍ରତିଯୋଗିମାନେ ସାମିଲ ହୋଇଥିଲେ। କ୍ରୀଡାକୁ ବ୍ଳକର ବିଭିନ୍ନ ବିିଦ୍ୟାଳୟ ଗୁଡିକର ଖେଳ ଶିକ୍ଷକମାନେ ପରିଚାଳନା କରିଥିଲେ। ଏହି ଉତ୍ସବ ଆସନ୍ତା ୮ ତାରିଖରେ ଉଦଯାପିତ ହେବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories