www.samajalive.in
Sunday, December 14, 2025
23.1 C
Bhubaneswar

୫୦୦ ବର୍ଷ ତଳେ କେମିତି ଥିଲା ଅଯୋଧ୍ୟା ନଗରୀ? ଏଆଇ ଜାରି କଲା ଫଟୋ

ଡେସ୍କ: ବଦଳୁଛି ରାମ ନଗରୀ ଅଯୋଧ୍ୟାର ରୂପ। ପୁରା ସହରର ନବକଳେବର କରାଯିବା ସହ ପୌରାଣିକ କଥାବସ୍ତୁ ଆଧାରରେ ପୁରା ସହରକୁ ସଜ୍ଜିତ କରାଯାଉଛି। କେଉଁଠି ବୀଣା ତ ଆଉ କେଉଁଠି ଧନୁତୀର ଓ ଦେବାଦେବୀ। ବିଭିନ୍ନ ଉପକରଣର ପ୍ରତିକୃତି ଛକ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡିକରେ ସ୍ଥାନିତ କରାଯାଉଛି। ସହରରେ ଥିବା କୋଠାବାଡି ଗୁଡିକର ନବୀକରଣ କରାଯିବା ସହ ଏଥିରେ ପୌରାଣିକ କଥାବସ୍ତୁ ଓ ପରିପାଟୀର ଛିଟା ଦେଖିବାକୁ ମିଳୁଛି। ଯାତ୍ରୀଙ୍କ ଗମନାଗମନର ସୁବିଧା ଲାଗି ରାସ୍ତା ଗୁଡିକର ପ୍ରଶସ୍ତିକରଣ କରାଯାଉଛି। ଏପରିକି କାନ୍ଥ ବାଡରେ ରାମାୟଣ ଓ ପୁରାଣ ସମ୍ବନ୍ଧୀୟ କଥାବସ୍ତୁ ଗୁଡିକୁ ଚିତ୍ରଣ କରାଯାଇଛି। ବିଦ୍ୟୁତ୍‌‌ ଖୁଣ୍ଟ ଗୁଡିକରେ ସୁନ୍ଦର ଆଲୋକମାଳା ଖଜ୍ଜା ଯାଉଛି।

ସେପଟେ ଜୋରସୋରରେ ଆଗେଇ ଚାଲିଛି ରାମ ଲାଲାଙ୍କ ମନ୍ଦିର। ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ହାତ ଗଣତି ଆଉ କିଛିଟା ଦିନ ବାକି ଥିବାରୁ ଦିନ ରାତି ଏକ କରିଦେଇଛନ୍ତି କାରିଗର। ମନଯୋଗ ସହକାରେ ଶିଳ୍ପୀମାନେ ସମସ୍ତ କାର୍ଯ୍ୟ ସମ୍ପନ୍ନ କରିବାରେ ଲାଗି ପଡ଼ିଛନ୍ତି। ଏକ ଅତ୍ୟାଧୁନିକ ସହର ଭାବେ ଆତ୍ମପ୍ରକାଶ କରିବାକୁ ଯାଉଛି ଅଯୋଧ୍ୟା ନଗରୀ। ସରି ଆସୁଛି ଅପେକ୍ଷା ଆଉ ବଢ଼ିଚାଲିଛି ଉତ୍କଣ୍ଠା। ତେବେ ଥରେ ଚିନ୍ତା କରନ୍ତୁ ୫୦୦ ବର୍ଷ ତଳେ କିପରି ଥିବ ଅଯୋଧ୍ୟା ନଗରୀ। ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସରଜୁ ନଦୀଠାରୁ ଆରମ୍ଭ କରି ମାତା ସୀତା ଙ୍କର ରୋଷଶାଳା ପର୍ଯ୍ୟନ୍ତ ସବୁକିଛିର ଫଟୋ ଜାରି କରିଛି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories