www.samajalive.in
Saturday, December 6, 2025
15.1 C
Bhubaneswar

ହାତୀ ଘର ଭାଙ୍ଗିବା ନେଇ ଗ୍ରାମବାସୀଙ୍କ ଦ୍ୱାରା ବନ କର୍ମଚାରୀ ଅଟକ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅଞ୍ଚଳରେ ଥମୁନି ହାତୀପଲଙ୍କ ଉପଦ୍ରବ। ଲୋକେ ଅତିଷ୍ଠ ହୋଇ ବନ କର୍ମଚାରୀଙ୍କୁ କିଛି ସମୟ ପାଇଁ ଅଟକ ରଖିଥିବା ଜଣାପଡିଛି। ବିଳମ୍ବିତ ରାତିରେ ମଙ୍ଗଳପୁର ଡିଆନାଳି ସମେତ ଧାନବେଣୀ ଗାଁର ୧୦ରୁ ଉର୍ଦ୍ଧ ଘର ଭାଙ୍ଗିଛନ୍ତି ହାତୀପଲ। ଧାନବେଣୀ ଗାଁରେ ୪ଟି ଘର ଭାଙ୍ଗି ଧାନ ଚାଉଳ ଖାଇ ନଷ୍ଟ କରି ଦେଇଥିବା ବେଳେ ହାତୀ ଘୋଉଡାଇବାକୁ ଯାଇଥିବା ବନ କର୍ମଚାରୀ ମାନଙ୍କୁ କିଛି ସମୟ ପାଇଁ ଧାନବେଣୀରେ ଅଟକ ରଖିଥିଲେ ଗ୍ରାମବାସୀ। ବିଳମ୍ବିତ ରାତିରେ ଧାନବେଣୀ ଗାଁର ଶିବ ମହାନ୍ତ, ସିପୁ ମହାନ୍ତ, ଫକିର ମହାନ୍ତ, ଦାଢ଼ିଆ ମହାନ୍ତଙ୍କର ଘର ଭାଙ୍ଗି ହାତୀପଲ ଧାନ ଚାଉଳ ଖାଇଦେବା ସହିତ ଘର ଭିତରେ ଥିବା ଲୋକମାନେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବନବିଭାଗ ସଠିକ ଢଙ୍ଗରେ ହାତୀ ଘୋଉଡାଉ ନଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହେବା ସହ କିଛି ସମୟ ପାଇଁ ବନ କର୍ମଚାରୀଙ୍କୁ ଅଟକ ରଖିଥିବା ଗ୍ରାମବାସୀ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories