BJD Bijuli 480×75 Mob

ତରଭୁଜ ଖାଇ ଚୋପା ଫୋପାଡି ଦେଉଛନ୍ତି କି ? ସେ ଭୁଲ୍ କରନ୍ତୁନି….ପଢନ୍ତୁ କ’ଣ ରହିଛି ଚୋପାର ଉପକାରିତା

BJD Bijuli 480×75 Mob
0

ଖରାଦିନିଆ ଫଳ ଭାବେ ଜଣାଯାଉଥିବା ତରଭୁଜ ସ୍ବାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଉଥିବାର ବିଶେଷଜ୍ଞଙ୍କ ମତ। ଏହି ଫଳ ସହ ଏହାର ଚୋପା ମଧ୍ୟ ଖୁବ୍ ଉପକାରୀ।

ଆଣ୍ଟିଅକ୍ସିଡାଣ୍ଟ ଭରପୂର ତରଭୁଜର ଚୋପାକୁ ସାଲାଡ ଭାବେ ଜାପାନର ପ୍ରତ୍ୟେକ ପ୍ରାନ୍ତର ଲୋକେ ଖାଉଥିବାର ପ୍ରକାଶ।

ତରଭୁଜ ଚୋପାକୁ ମଧ୍ୟ ଗ୍ରାଇଣ୍ଡରରେ ବାଟି ରସ ପରି ପିଇବା ଉପକାରୀ। ନିୟମିତ ଏପରି କ​‌ଲେ ଓଜନ ନିୟନ୍ତ୍ରିତ ରହିବା ସହ ତ୍ବଚାର ରଙ୍ଗ ସଫା ହୋଇଥାଏ।

ଭିଟାମିନ୍ ଏ, ସି, ଲାଇକୋପିନ୍ ଭରପୂର ଥିବା ତରଭୁଜ ଚୋପାକୁ ଖାଇବା ଦ୍ବାରା ତ୍ବଚା ସମ୍ପର୍କିତ ବିଭିନ୍ନ ରୋଗ ଦୂର ହୋଇଥାଏ ବୋଲି ପରୀକ୍ଷାରୁ ଜଣାପଡ଼ିଛି।

ବୃକକ୍ ଜନିତ ରୋଗରୁ ରକ୍ଷା ପାଇବା ନିମନ୍ତେ ତରଭୁଜ ଚୋପାର ରସ ପିଇବା ଖୁବ୍ ଉପକାରୀ।

ଭଲ ନିଦ ପାଇଁ ତରଭୁଜ ଚୋପା ମହୌଷଧି ଭାବେ କାମ କରେ। ୧ ସପ୍ତାହ ତରଭୁଜ ଚୋପା ଖାଇବା ପରେ ଫରକ୍ ଜାଣିପାରିବେ।

Leave A Reply