www.samajalive.in
Sunday, December 14, 2025
26.1 C
Bhubaneswar

ଜିଲାସ୍ତରୀୟ ଧାନ ସଂଗ୍ରହ ମଣ୍ଡି ଉଦ୍‌‌ଘାଟନ କଲେ ବିଧାୟକ

ପିପିଲି: ତେଇସିପୁର ସେବା ସମବାୟ ସମିତିଠାରେ ଖରିଫ୍‌‌ ବିପଣନ ବର୍ଷ ୨୦୨୩-୨୪ ନିମନ୍ତେ ଖୋଲାଯାଇଥିବା ଜିଲାସ୍ତରୀୟ ଧାନ ସଂଗ୍ରହ ମଣ୍ଡିକୁ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ ବୁଧବାର ଉଦ୍‌‌ଘାଟନ କରିଛନ୍ତି। ଏହି ଅବସରରେ ଜିଲା ପରିଷଦ ସଭ୍ୟ ଧରଣୀଧର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରୁଦ୍ରପ୍ରତାପ ମହାରଥୀ ଯୋଗଦେଇ କୃଷି ଓ କୃଷକଙ୍କ ବିକାଶ ସଂପର୍କରେ ବକ୍ତବ୍ୟ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମବାୟ ସମିତି ସମୁହ, ପୁରୀର ଉପନିବନ୍ଧକ ରୁଦ୍ରପ୍ରସାଦ ଦାଶ, ସହକାରୀ ନିବନ୍ଧକ ସ୍ୱରୁପ କୁମାର କର, ଉପ-ସହକାରୀ ନିବନ୍ଧକ ଦିଲିପ କୁମାର ବେହେରା ଓ ସନ୍ତୋଷ କୁମାର ମହାନ୍ତି, ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ସଞ୍ଜୀବ କୁମାର ସାହୁ, ଜିଲା ଯୋଗାଣ ଅଧିକାରୀ ସୁବୋଧ ହୋତା, ନିୟନ୍ତ୍ରିତ ବଜାର କମିଟି ସାକ୍ଷୀଗୋପାଳ ସଂପାଦକ ଜିତେନ୍ଦୁ କୁମାର ଦାଶ, ପିପିଲି ବ୍ଲକ ଅଧ୍ୟକ୍ଷା ଦେବସ୍ୱିନୀ ନନ୍ଦ, ସମ୍ମିଳିତ ପୁରୀ-ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି କିଶୋର ଛୋଟରାୟ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସାରଥୀ ଶତପଥୀ, ପିପିଲି ବ୍ଲକ ଯୋଗାଣ ଅଧିକାରୀ ଦେବଜ୍ୟୋତି ଦାଶ, ତେଇସିପୁର ସେବା ସମବାୟ ସମିତି ସଂପାଦକ ଅବକାଶ ପରିଡ଼ା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। କ୍ବିଣ୍ଟାଲ ପ୍ରତି ଧାନର ସରକାରୀ ଦର ତଥା ସାଧାରଣ କିସମ(ଏଫ୍‌‌ଏକ୍ୟୁ) ୨୧୮୩ ଟଙ୍କା ରଖାଯାଇଥିବା ବେଳେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଏଠାରେ ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯିବ ବୋଲି ଜିଲା ପରିଷଦ ସଭ୍ୟ ଧରଣୀଧର ସାହୁ ସୂଚନା ଦେଇଛନ୍ତି। ଶେଷରେ ଯୁବ ସମବାୟବିତ୍‌‌ ବିଶ୍ୱଜିତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

 

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories