www.samajalive.in
Thursday, December 11, 2025
16.1 C
Bhubaneswar

ସୂର୍ଯ୍ୟ ନମସ୍କାରରେ ବିଶ୍ବ ରେକର୍ଡ଼

ଗାନ୍ଧୀନଗର: ଗୁଜରାଟର ପାଟନଠାରୁ ୩୦ କିଲୋମିଟର ଦକ୍ଷିଣରେ ଥିବା ମୋଢେରା ଗ୍ରାମରେ ଅବସ୍ଥିତ ମୋଢେରା ସୂର୍ଯ୍ୟ ମନ୍ଦିର। ଏହି ସୂର୍ଯ୍ୟ ମନ୍ଦିର ଅନନ୍ୟ ସ୍ଥାପତ୍ୟ ଏବଂ ହସ୍ତଶିଳ୍ପର ଏକ ଅପୂର୍ବ ଉଦାହରଣ। ନୂତନ ବର୍ଷର ପ୍ରଥମ ସକାଳ ଅବସରରେ ଏହି ମନ୍ଦିରରେ ସୂର୍ଯ୍ୟ ନମସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ବହୁ ସଂଖ୍ୟାରେ ଲୋକ ଅଂଶଗ୍ରହଣ କରିଥିଲେ। ସବୁଠୁ ବଡ଼ କଥା ହେଉଛି ନୂଆ ବର୍ଷର ସୂର୍ଯ୍ୟୋଦୟ ସହିତ ଏହି ରାଜ୍ୟର ଲୋକମାନେ ଗିନିଜ୍ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଛନ୍ତି। ବହୁ ସଂଖ୍ୟାରେ ଲୋକ ଏକାଠି ସୂର୍ଯ୍ୟ ନମସ୍କାର କରି ଏହି ସଫଳତା ହାସଲ କରିଛନ୍ତି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ନିଜେ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଏବଂ ଗୃହମନ୍ତ୍ରୀ ହର୍ଷ ସାଙ୍ଘଭି ମୋଢେରା ସୂର୍ଯ୍ୟ ମନ୍ଦିର କାର୍ଯ୍ୟକ୍ରମରେ ଭାଗ ନେଇ ଏହି ବଡ଼ ସଫଳତାର ସାକ୍ଷୀ ରହିଛନ୍ତି।

ଅପରପକ୍ଷେ ପ୍ରଧାନମନ୍ତ୍ରୀ ମୋଦୀ ସାମାଜିକ ଗଣମାଧ୍ୟମ ଜରିଆରେ କହିଛନ୍ତି ଯେ, ଗୁଜରାଟ ନୂତନ ବର୍ଷକୁ ଉଲ୍ଲେଖନୀୟ ସଫଳତା ସହ ସ୍ୱାଗତ କରିଛି। ଗୁଜରାଟର ଲୋକମାନେ ୧୦୮ଟି ସ୍ଥାନରେ ଏକକାଳୀନ ସୂର୍ଯ୍ୟ ନମସ୍କାର କରି ଗିନିଜ୍ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଛନ୍ତି। ଆମେ ସମସ୍ତେ ଜାଣନ୍ତି ଯେ, ୧୦୮ ସଂଖ୍ୟା ଆମ ସଂସ୍କୃତିରେ ଏକ ବିଶେଷ ମହତ୍ତ୍ୱ ରଖେ। ଆୟୋଜନ ସ୍ଥଳଗୁଡ଼ିକ ମଧ୍ୟରେ ପ୍ରସିଦ୍ଧ ମୋଢେରା ସୂର୍ଯ୍ୟ ମନ୍ଦିର ମଧ୍ୟ ସାମିଲ ଥିଲା, ଯେଉଁଠାରେ ଅନେକ ଲୋକ ଏକତ୍ରିତ ହୋଇଥିଲେ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories