www.samajalive.in
Tuesday, December 9, 2025
16.1 C
Bhubaneswar

ନବବର୍ଷରେ ବେହେରେନ୍ ସିଲେଟ ଗାଁକୁ ମୁଖ୍ୟମନ୍ତ୍ରୀଙ୍କ ଭେଟି; ଧନ୍ୟବାଦ ଜଣାଇଲେ ଗ୍ରାମବାସୀ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତୁରେକେଲା ବ୍ଲକ ଚଟୁଅନକା ଗ୍ରାମପଞ୍ଚାୟତର ବେହେରେନ ସିଲେଟ ଗ୍ରାମରେ ସରପଞ୍ଚ ଜ୍ଞାନ ରଞ୍ଜନ ତାଣ୍ଡିଙ୍କ ସଭାପତିତ୍ବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ଧନ୍ୟବାଦ ସଭା ଅନୁଷ୍ଠିତ ହୋଇଯାଇଛି। କଣ୍ଟାବାଞ୍ଜି ସହରଠାରୁ ମାତ୍ର ୩ କିଲୋମିଟର ଦୂରରେ ଅବସ୍ଥିତ ବେହେରେନ୍ ସିଲେଟ ଗାଁକୁ ଗୋଟିଏ ରାସ୍ତା ପାଇଁ ଗ୍ରାମବାସୀ ଅନେକଥର ଆନ୍ଦୋଳନ ଓ ଆମରଣ ଅନଶନ କରିଥିବା ସତ୍ୱେ ଲୋକ ପ୍ରତିନିଧିମାନେ କୌଣସି ପ୍ରକାର ଧ୍ୟାନ ଦୃଷ୍ଟି ଦେଉ ନ ଥିଲେ। ଗତ ଦୁଇ ମାସ ତଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ଅଧ୍ୟକ୍ଷ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ କଣ୍ଟାବାଞ୍ଜି ଗସ୍ତ ସମୟରେ ଗ୍ରାମବାସୀ ଏନେଇ ଲିଖିତ ଭାବେ ଜଣାଇବା ଫଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଟୁ ଅନକା ପୂର୍ତ୍ତ ବିଭାଗ ରାସ୍ତାଠାରୁ ବେହେରେନ ସିଲେଟ ଗ୍ରାମ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ୪ କୋଟି ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି। ସେଥିପାଇଁ ସୋମବାର ନବବର୍ଷର ପ୍ରଥମ ଦିନରେ କଣ୍ଟାବାଞ୍ଜି ବିଜେଡିର ବରିଷ୍ଠ ନେତା ଅଜୟ ଦାସଙ୍କୁ ଗ୍ରାମବାସୀ ଗାଁକୁ ନିମନ୍ତ୍ରଣ କରିଥିଲେ। ଆୟୋଜିତ ସଭାରେ ପୂର୍ବରୁ ଏହି ରାସ୍ତା ପାଇଁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ଅନଶନ କରିଥିବା ଆମ୍ବେଦକର ଯୁବକ ସଂଘର ନିମାଇଁ ମହତ ଓ ଅଲେଖ ଧାରୁଆଙ୍କୁ ଉପଢୌକନ ଏଵଂ ପୁଷ୍ପମାଲ୍ୟ ଦେଇ ବିଜେଡି ନେତା ଅଜୟ ଦାସ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ରତନ ମାଝୀ, ଗଣେଶ ଚିନଗୁନ, ନନ୍ଦ ଆପା, ଏକାମ୍ୱର୍ ରଣା, ହରିରାମ ଦାସ, ସହଦେବ ମାଝୀ, ମହେନ୍ଦ୍ର ମାଝୀ,ଶଶି ପଟେଲ୍, ପବିତ୍ର ପୁଟେଲ, ମନୋଜ ତାଣ୍ଡି, ଖାମେଶ୍ୱର ମାଝୀ ଓ ଗାଁର ଶତାଧିକ ଲୋକ ଉପସ୍ଥିତ ଥିବା ବେଳେ ନିମାଇଁ ମହତ ମଞ୍ଚ ପରିଚାଳନା କରିଥିଲେ। ସଭା ଶେଷର ଯୁବ ନେତା ପୁରୋଷତ୍ତମ୍ କୁଅଁର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories