www.samajalive.in
Friday, December 12, 2025
16.1 C
Bhubaneswar

ସ୍କୁଟି ଧକ୍କାରେ ଜଣେ ଆହତ, ଫୁଲବାଣୀ ସ୍ଥାନାନ୍ତର

ଜି.ଉଦୟଗିରି: ପ୍ରତିଦିନ ଭଳି ସ୍ଥାନୀୟ ବନ୍ଧଛକ ଅଞ୍ଚଳର ଜଣେ ବ୍ୟକ୍ତି ଆଜି ମଧ୍ୟ ସାନ୍ଧ୍ୟ ଭ୍ରମଣ କରିବା ନିମନ୍ତେ କାନବାଗିରି ଆଡ଼କୁ ଯାଉଥିବାବେଳେ ବେଥେଲ ନିକଟରେ ଏକ ସ୍କୁଟି ସହ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲେ ।  ଜି ଉଦୟଗିରି ଆଡ଼କୁ ଗୋଟିଏ ସ୍କୁଟି ଆସୁଥିବା ବେଳେ ଅପରପକ୍ଷରେ ଦୃତ ଗତିରେ ଗୋଟିଏ ଅଜଣା ବଡ ଗାଡି  ରାଇକିଆ ଆଡ଼କୁ ଯାଉଥଲା ସେହି ସମୟରେ ଅଜଣା ଗାଡି ସ୍କୁଟି ଆଡ଼କୁ ମାଡି ଆସୁଥିବା ବେଳେ ସ୍କୁଟି ଚାଳକ ସାଇଡ୍ ଦେବା ପାଇଁ ଯାଇ  ଭାରସାମ୍ୟ ହରାଇଥିଲେ। ସ୍କୁଟିକୁ ନିୟନ୍ତ୍ରଣ କରି ନ ପାରି ଚାଲି ଚାଲି ଯାଉଥିବା ୱେଲ୍ଡିଙ୍ଗ ବ୍ୟବସାୟୀ ସୁରେନ୍ଦ୍ର ସାହୁଙ୍କ ପଛପଟେ ଧକା ଦେଇଥିଲେ। ଫଳରେ ସେ  ତଳେ ପଡ଼ିଯାଇଥିଲେ ଓ ମୁଣ୍ଡରେ ତାଙ୍କର ଗଭୀର ଆଘାତ ହୋଇ  ପ୍ରଚୁର ରକ୍ତ ପ୍ରବାହିତ ହୋଇଥିଲା ।
ସୂଚନା ପାଇ ସ୍ଥାନୀୟ ପୁଲିସ ଓ ୧୦୮ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା କରିବା ପରେ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ଅଶୋକ କୁମାର ପ୍ରଧାନ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ପଠେଇଥିବା ସୂଚନା ରହିଛି ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories